fbpx

Big Breaking; (Video) ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି: ସାରଦା-ତୁଷାରକାନ୍ତିଙ୍କ ନାଁରେ ବାଜିଲା ମୋହର

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଢୋଷଣା କରିଛି ବିଜୁ ଜନତା ଦଳ ।ପୂର୍ବରୁ ୧୩୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବର୍ତ୍ତମାନ ୬ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରିଛି ବିଜେଡି । ଏହି ତାଲିକାରେ ହିନ୍ଦୋଳ, କାକଟପୁର, ବରୀ, ରଘୁନାଥପାଲୀ, ବାଲକୁଦା-ଏରସମା, ବାଙ୍ଗିରିପୋଷୀ ଆଦି ଆସନରୁ ପ୍ରାର୍ଥୀ ଘୋଷଣା କରିଛି । ଏକ ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟ ପ୍ରାର୍ତୀ ତାଲିକା ଘୋଷଣା କରିଛନ୍ତି ।

ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ହିନ୍ଦୋଳରୁ ବିଜେଡି ମହେଶ ସାହୁଙ୍କୁ ବିଧାୟକ ଟିକେଟ ଦେଇଥିବା ବେଳେ ରଘୁନାଥପାଲୀ ଆସନରୁ ଅର୍ଚ୍ଚନା ରେଖା ବେହେରାଙ୍କୁ ପ୍ରାର୍ଥୀ ଭାବରେ ଟିକେଟ ଦେଇଛି । ସେହିପରି ବାଲିକୁଦା-ଏରସମା ଆସନରେ ସାରଦା ପ୍ରସାଦ ଜେନାଙ୍କ ଉପରେ ଦଳ ଭରସା କରିଛି । ଏହାବ୍ୟତୀତ କାକଟପୁରରେ ତୁଷାରକାନ୍ତି ବେହେରା ପ୍ରାର୍ତୀ ଭାବରେ ଟିକେଟ ପାଇଛନ୍ତି ଏବଂ ବାଙ୍ଗିରିପୋଷୀ ପାଇଁ ପ୍ରାର୍ତୀ ହୋଇଛନ୍ତି ରଞ୍ଜିତା ମାର୍ଣ୍ଡି । ତେବେ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ ଟିକେଟ ପ୍ରଦାନ କରିଛି ।

Get real time updates directly on you device, subscribe now.