fbpx
BJD SKY
BJD SKY

୭ମାସର ଗର୍ଭାବସ୍ଥା ଶେଷ କରିବାକୁ ସୁପ୍ରିମକୋର୍ଟରେ ଅନୁମତି ମାଗିଥିଲେ ନାବାଳିକା, ଜାଣନ୍ତୁ କ’ଣ ନିଷ୍ପତ୍ତି ଶୁଣାଇଲେ ପ୍ରଧାନ ବିଚାରପତି

BJD

ନୂଆଦିଲ୍ଲୀ: ଯୌନ ଉତ୍ପୀଡନ କାରଣରୁ ଗର୍ଭବତୀ ହୋଇଥିବା ୧୪ ବର୍ଷର ନାବାଳିକା ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି । ଏହି ନାବାଳିକା ୭ମାସର ଗର୍ଭାବସ୍ଥାକୁ ଶେଷ କରିଦେବାକୁ ସୁପ୍ରିମକୋର୍ଟରେ ଅନୁମତି ମାଗିଥିଲେ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଏହି ମାମଲାର ଶୁଣାଣୀ କରି ନାବାଳିକାକୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ।

ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ମାମଲାରେ ମୁମ୍ବାଇ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ଦେଇଛନ୍ତି । ମୁମ୍ବାଇ ହାଇକୋର୍ଟ ଗର୍ଭପାତ କରାଇବାକୁ ଆଦେଶ ଦେବାକୁ ମନା କରି ଦେଇଥିଲେ । ସୁପ୍ରିମକୋର୍ଟ ଅନୁଚ୍ଛେଦ ୧୪୨ ଜରିଆରେ ମିଳିଥିବା କ୍ଷମତାକୁ ଉପଯୋଗ କରି ଏହି ଆଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ନିଜ ଆଦେଶରେ କହିଛନ୍ତି ଗର୍ଭପାତରେ ବିଳମ୍ବ ହେବା ଦ୍ୱାରା ଏହା ନାବାଳିକା ଲାଗି ପ୍ରତି ମୁହୂର୍ତ୍ତରେ ସମସ୍ୟା ସୃଷ୍ଟି କରିବ ।

୧୯ ଏପ୍ରିଲରେ ସୁପ୍ରିମକୋର୍ଟ ଏହି ନାବାଳିକାଙ୍କ ମେଡିକାଲ୍ ଟେଷ୍ଟ କରାଇବାକୁ ଆଦେଶ ଦେଇଥିଲେ । କୋର୍ଟ ମୁମ୍ବାଇର ସାୟନ ସ୍ଥିତ ଲୋକମାନ୍ୟ ତିଳକ ମେଡିକାଲ୍ କଲେଜ ଏବଂ ହସ୍ପିଟାଲକୁ ଏ ସମ୍ବନ୍ଧରେ ରିିପୋର୍ଟ ଦେବାକୁ କହିଥିଲେ । ମେଡିକାଲ୍ ବୋର୍ଡ ଏହି ମାମଲାରେ ସ୍ପଷ୍ଟ ଭାବରେ ରାୟ ଦେଇଥିଲେ କି ଗର୍ଭାବସ୍ଥା ଜାରି ରହିବା ଦ୍ୱାରା ନାବାଳିକାର ଶାରୀରିକ ଓ ମାନସିକ ସ୍ଥିତି ଉପରେ ପ୍ରଭାବ ପଡିପାରେ । ସୁପ୍ରିମକୋର୍ଟ କହିଛନ୍ତି ମେଡିକାଲ୍ ବୋର୍ଡର ରାୟ ଅନୁଯାୟୀ ପିଲାକୁ ଜନ୍ମ ଦେବା ତୁଳନାରେ ଗର୍ଭପାତ କରାଇବାରେ କମ୍ ବିପଦ ରହିଛି । ତେଣୁ ସାୟନ ହସ୍ପିଟାଲ ଡିନ୍‌ଙ୍କୁ ନାବାଳିକାଙ୍କ ଚିକିତ୍ସୀୟ ଗର୍ଭପାତ କରାଇବାକୁ ଅନୁରୋଧ କରାଯାଉଛି ।

Get real time updates directly on you device, subscribe now.