fbpx
BJD
BJD SKY
BJD SKY

ବନବାସୀ କଲ୍ୟାଣ ଆଶ୍ରମରେ ଚିତ୍ରାଙ୍କନ ପ୍ରତିଯୋଗିତା: ଖୋଜା ଚାଲିଛି ନୂଆ ପ୍ରତିଭା

ଭୁବନେଶ୍ୱର: ରସୁଲଗଡ଼ ସ୍ଥିତ ବନବାସୀ କଲ୍ୟାଣ ଆଶ୍ରମ ଠାରେ ଚିତ୍ରାଙ୍କନ ପ୍ରତିଯୋଗିତ। ଅନୁଷ୍ଠିତ ହୋଇଯାଇଛି । ନୂଆ ପ୍ରତିଭା ଅନ୍ୱେଷଣରେ ଏହି ସ୍ଵତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ ଆଶ୍ରମର ମୋଟ ୪୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାକୁ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ ଭାଗ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ କନିଷ୍ଠ ବିଭାଗରୁ ତିନି ଜଣ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରୁ ମଧ୍ୟ ତିନି ଜଣ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଭୟ ଆଶ୍ରା ଫାଉଣ୍ଡେସନ ଓଡିଶା ଏବଂ ୟୁନିକ ଆର୍ଟ ଆଣ୍ଡ କ୍ରାଫ୍ଟର ମିଳିତ ଉଦ୍ୟମରେ ଏହି ପ୍ରତିଯୋଗିତାଟି ଅନୁଷ୍ଠିତ ହୋଇଥିଲା। ଚିତ୍ରଶିଳ୍ପୀ ନୀତେଶ ଏହି ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ । ଏଥିରେ ଆଶ୍ରା ଫାଉଣ୍ଡେସନ ଓଡିଶା ଏବଂ ୟୁନିକ ଆର୍ଟ ଆଣ୍ଡ କ୍ରାଫ୍ଟର ପରିଚାଳକ ସନ୍ତୋଷ ପଟ୍ଟନାୟକ, ଶ୍ରୀନିବାସ ସାହୁ ଏବଂ ଉଜ୍ଜଳ ଚୌଧୁରୀ ପ୍ରମୁଖ ଦାୟିତ୍ଵ ନିର୍ବାହ କରିବା ସହ କାର୍ୟ୍ୟକର୍ତ୍ତା ମାନେ କାର୍ୟ୍ୟକ୍ରମକୁ ସମ୍ପାଦନ କରିଥିଲେ ।

Get real time updates directly on you device, subscribe now.