fbpx
BSKY SKY
BSKY SKY

ବଡ଼ କାର୍ଯ୍ୟାନୁଷ୍ଠାନ: ବିଜେଡିରୁ ବହିଷ୍କୃତ ହେଲେ ଜିଲ୍ଲା ଉପଦେଷ୍ଟା, ସସପେଣ୍ଡ ହେଲେ ଦୁଇ ନେତା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ନିର୍ବାଚନ । ସେନେଇ ରାଜ୍ୟରେ ଏବେଠାରୁ ରାଜନୈତିକ ମାହୋଲ ଚଳଳଞ୍ଚଳ ହେବାରେ ଲାଗିଥିବା ବେଳେ ରାଜନୈତିକ ଦଳମାନେ ପ୍ରଚାର, ପ୍ରସାର ପାଇଁ ଅଣ୍ଟା ଭିଡ଼ିଲେଣି । ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ପାଇଁ ବିଜେଡି ରଣନୀତି ଫାଇନାଲ୍ କରିସାରିଥିବା ବେଳେ ବିଜେପି ଓ କଂଗ୍ରେସ ଏଥର ସରକାର ଗଠନ କରିବାକୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ତେବେ ଏହା ମଧ୍ୟରେ ବିଜେଡି ଶିବିରରୁ ଆସିଛି ଦୁଇଟି ବଡ଼ ଖବର । ଦଳ ବିରୋଧୀ କାର୍ଯ୍ୟ କାରଣରୁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ସମ୍ବଲପୁର ଜିଲ୍ଲା ଉପଦେଷ୍ଟା ପ୍ରମୋଦ ରଥ । ସମ୍ବଲପୁର ଜିଲ୍ଲା ବିଜେଡି ଉପଦେଷ୍ଟା ପଦରୁ ପ୍ରମୋଦଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ନୋଟିସ୍ ଜାରି କରି ସୂଚନା ଦେଇଛନ୍ତି । ଗତ ୪ ତାରିଖରେ ସମ୍ବଲପୁରଠାରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ତେବେ ପ୍ରମୋଦଙ୍କ ବିରୋଧରେ ଦଳବିରୋଧୀ ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସେହିପରି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ କାରଣରୁ ଦୁଇଜଣ ନେତାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । କେନ୍ଦୁଝର ଜିଲ୍ଲା, ଘଟଗାଁର ସଞ୍ଜୟ କୁମାର ମିଶ୍ର (ମୁନା) ଓ କେନ୍ଦୁର ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି କରୁଣା ସାଗର ଖଟୁଆ (ଦିପୁ)ଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ଏହି ନିର୍ଦ୍ଦେଶ ତ୍ୱରିତ ଭାବେ କାର୍ଯ୍ୟକାରୀ ହେବ ବୋଲି ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଦଳ ବିରୋଧୀ କାର୍ଯ୍ୟ କାରଣରୁ ଅତୀତରେ ବିଜେଡି ଅନେକ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

 

 

Get real time updates directly on you device, subscribe now.