fbpx

Breaking News: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ଆଜି ଆଉ ୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ତେବେ ଆଜି ରାଜ୍ୟରେ ଆଉ ୬ ଜଣ କରୋନାର ନୂଆ ଭାରିଆଣ୍ଟ JN.1ରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି ।

ତେବେ ଗତକାଲି କରୋନାର ଏହି ନୂଆ ଭାରିଆଣ୍ଟରେ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

ତେବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏହା ସହିତ ସମସ୍ତ ହସ୍ପିଟାଲ ଏବଂ ଭେଷଜ ମହାବିଦ୍ୟାଳୟକୁ ଭୟଭୀତ ନହୋଇ କରୋନା ନିୟମାବଳୀ ମାନିବାକୁ କୁହାଯାଇଛି ।

Get real time updates directly on you device, subscribe now.