fbpx
BJD SKY
BJD SKY

ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ…ପୋଲିସ କର୍ମୀଙ୍କ ପାଖରେ ନଥାଏ ବନ୍ଧୁକ !

BJD

ଓଡ଼ିଶା ଭାସ୍କର: ଦୁନିଆରେ ଦିନକୁ ଦିନ ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଅନେକ ସମୟରେ ଲୋକମାନେ ଭୟଭୀତ ରହିଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଲୋକମାନେ ନିଜକୁ ସୁରକ୍ଷିତ ମନେ କରିଥାନ୍ତି । ଏଭଳି ସ୍ଥାନ ଅପରାଧ ଠାରୁ ଅନେକ ଦୂରରେ ଅଛି । ଏହି ସ୍ଥାନରେ ଲୋକମାନେ ସୁଖ ଶାନ୍ତିରେ ଜୀବନ ବିତାଇଥାନ୍ତି । ଆମେ କଥା ହେଉଛୁ ଆଇସଲ୍ୟାଣ୍ଡ(Iceland) ବିଷୟରେ । ଏହା ହେଉଛି ଏକ Nordic country ଏବଂ ୟୁରୋପର ଅଂଶ ।
ୱାର୍ଲ୍ଡ ପପୁଲେସନ ରିଭ୍ୟୁ ଏବଂ ବିଜନେସ୍ ଇନସାଇଡ଼ର ୱେବସାଇଟ୍ ଅନୁଯାୟୀ ଆଇସଲ୍ୟାଣ୍ଡକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ଭାବରେ ବିବେଚିତ କରାଯାଇଛି । Global Peace Indexରେ ମଧ୍ୟ ଏହି ଦେଶକୁ ପ୍ରଥମ ସ୍ଥାନ ଦିଆଯାଇଛି । ନ୍ୟାସନାଲ ଜ୍ୟୋଗ୍ରାଫିକ୍ ଅନୁଯାୟୀ ଆଇସଲ୍ୟାଣ୍ଡର ୧୧% ଅଂଶ ବରଫରେ ଆଚ୍ଛାଦିତ ହୋଇଛି । ଗ୍ଲୋବାଲ ୱାର୍ମିଂ ବୃଦ୍ଧି ପାଇଲେ ଏହି ଦେଶ ଜଳମଗ୍ନ ହେବାର ଆଶଙ୍କା ରହିଛି । ଦେଖିବାକୁ ଗଲେ ଏହି ଦେଶରେ ମାଗଣା ଶିକ୍ଷା ବ୍ୟବସ୍ଥା ରହିଛି । ଛାତ୍ରଛାତ୍ରୀଙ୍କ ଠାରୁ କେବଳ ରେଜିଷ୍ଟ୍ରେସନ ଓ ଆପ୍ଲିକେସନ୍ ଫିସ୍ ପୈଠ କରିବାକୁ ପଡ଼ିଥାଏ ।

ପୋଲିସକର୍ମୀ ପାଖରେ ବନ୍ଧୁକ ରଖନ୍ତି ନାହିଁ

ଅନ୍ୟ ଦେଶ ତୁଳନାରେ ଆଇସଲ୍ୟାଣ୍ଡରେ ଅପରାଧ ସଂଖ୍ୟା କମ୍ । ସେଥିପାଇଁ ଏଠାରେ ଲୋକମାନେ ସୁଖ ଶାନ୍ତିରେ ଜୀବନ ବିତାଇଥାନ୍ତି । ଏହି ଦେଶରେ ପୋଲିସକର୍ମୀଙ୍କୁ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ପଡ଼ିନଥାଏ । ସେମାନେ କେବଳ ପେପର ସ୍ପ୍ରେ ଏବଂ ଅଣ୍ଡା ବ୍ୟବହାର କରିଥାନ୍ତି । ଏହି ଦେଶରେ ସମଲିଙ୍ଗି ବିବାହ ପାଇଁ ଅନୁମତି ରହିଥିବା ବେଳେ ପୁରୁଷ ଏବଂ ମହିଳାଙ୍କୁ ସମାନ ବେତନ ଦେବାର ପ୍ରବଧାନ ରହିଛି । ଏହି ଦେଶର ଜନସଂଖ୍ୟ ମଧ୍ୟ ବହୁତ କମ୍ ଏବଂ ମୁଣ୍ଡ ପିଛା ଆୟ ୫୫, ୮୯୦ ପିପିପି ଡ଼ଲାର । ତେବେ ଆପଣ ଅନୁମାନ କରିପାରୁଥିବେ ଯେ ଏହା କେତେ ଧନି ଦେଶ ।

Get real time updates directly on you device, subscribe now.