fbpx

ବିଧାନସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ଓଡ଼ିଶାରେ ମେ ୧୩ରୁ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ତେବେ ନିକଟରେ ବିଜେଡି ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଲିଷ୍ଟ ଜାରି କରିଛି ।

ବଣାଇ ବିଧାନସଭା ଆସନରୁ ବିଜେଡି ଭୀମସେନ ଚୌଧରୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ବାରିପଦା ଆସନରୁ ସାନନ୍ଦ ମାରାଣ୍ଡି, ଆଠମଲ୍ଲିକରୁ ନଳିନୀ ପ୍ରଧାନ, ବୀରମହାରାଜପୁରରୁ ପଦ୍ମନାଭ ବେହେରା, ଖଡ଼ିଆଳରୁ ଅଧିରାଜ ପାଣିଗ୍ରାହୀ, ଫୁଲବାଣୀରୁ ଜୟଶ୍ରୀ କହଁର, ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲରୁ ରମାକାନ୍ତ ଭୋଇ, ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ଉତ୍ତରରୁ ସୁଶାନ୍ତ ରାଉତ, ଭୁବନେଶ୍ୱର ଏକାମ୍ରରୁ ଅଶୋକ ପଣ୍ଡା, ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟଙ୍କୁ ପ୍ରାର୍ଥୀ କରାଯାଇଛି । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ବିଜେଡି ୭୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ।

Get real time updates directly on you device, subscribe now.