fbpx

BMC ଡେପୁଟି ମେୟର ପ୍ରାର୍ଥୀ ଘୋଷଣା କଲା BJD, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପାଇଁ ଡେପୁଟି ମେୟର ପ୍ରାର୍ଥୀ ନାଁ ଘୋଷଣା କରିଛି ବିଜେଡି । ବିଏମସିର ଡେପୁଟି ମେୟର ପ୍ରାର୍ଥୀ ଭାବେ ମଞ୍ଜୁଲତା କହଁରଙ୍କୁ ବିଜେଡି ସୁଯୋଗ ଦେଇଛି । ସୂଚନା ଅନୁସାରେ, ମଞ୍ଜୁଲତା କହଁର ହେଉଛନ୍ତି ୨୨ ନମ୍ବର ୱାର୍ଡର କର୍ପୋରେଟର ।

ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସିର ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ନବନିର୍ବାଚିତ ସୁଲୋଚନା ଦାସ । ବିଏମସି କନଫରେନ୍ସ ହଲରେ ସୁଲୋଚନା ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ୬୭ ଜଣ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।

ସୂଚନା ମୁତାବିକ, ନୂଆ ମେୟର ଓ କର୍ପୋରେଟରମାନଙ୍କୁ ସ୍ୱାଗତ ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଏମ୍‌ସି କମିଶନର ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ଥିଲେ । ବିଏମ୍‌ସିର ଦୁଇ ଅତିରିକ୍ତ କମିଶନର ଓ ସମସ୍ତ ଡେପୁଟି କମିଶନରମାନେ ବି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡିଛି । ଶପଥ ନେବା ପରେ ନୂଆ ମେୟର ତାଙ୍କ ପ୍ରକୋଷ୍ଠକୁ ଯାଇ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.