fbpx

୩୦ଟି ଜିଲ୍ଲା ପାଇଁ ୩୦ ଜଣ ସଂଯୋଜକଙ୍କ ତାଲିକା ଘୋଷଣା କଲା ବିଜେଡି: ରାଜ୍ୟ କମିଟି ସଦସ୍ୟ ଭାବେ ୫ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଏହି ଅବସରରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ନିକଟରେ ବିଜେଡି ଲୋକସଭା ଓ ବିଧାନସଭା ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଗକୁ ପୁଣି ତାଲିକା ଜାରି କରିବ ।
ନିକଟରେ ବିଜେଡିରେ ଅନେକ ନେତାଙ୍କୁ ନୂଆ ଦାୟିତ୍ୱ ମିଳିଥିବା ବେଳେ ଏହା ମଧ୍ୟରେ ପୁଣି କିଛି ନେତାଙ୍କୁ ନୂଆ ଦାୟିତ୍ୱ ମିଳିଛି । ମୋଟ ୨୫ ଜଣ ନେତାଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ ଜଣ ରାଜ୍ୟ କମିଟି ସଦସ୍ୟ ଓ ୩୦ଟି ଜିଲ୍ଲା ପାଇଁ ୩୦ ଜଣ ଜିଲ୍ଲା ସଂଯୋଜକଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରରବ ପ୍ରକାଶ ଦାସଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.