fbpx

ଭାରତୀୟଙ୍କ ପାଇଁ ପ୍ରସ୍ତାବିତ ହେଲା ନୂତନ shoe sizing system, ଜାଣନ୍ତୁ ‘Bha’ର ଆବଶ୍ୟକତା

ନୂଆଦିଲ୍ଲୀ: ନିକଟରେ ଭାରତୀୟଙ୍କ ପାଦୁକା ଆକାର(feet sizes)କୁ ନେଇ ବୃହତ ପ୍ରକଳ୍ପର ଅଂଶ ଭାବରେ ଏକ Pan-India ସର୍ଭେ କରାଯାଇଥିଲା । ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଏହାକୁ ‘Bha’(ଭ) ନାମ ଦିଆଯିବା ନେଇ ପ୍ରସ୍ତାବିତ ହୋଇଛି । ଏହା ଭାରତରେ ଜୋତା ନିର୍ମାଣ ପାଇଁ ଆଧାର ହୋଇପାରେ । ଏହା କାର୍ଯ୍ୟକାରୀ ହେବା ପରେ ‘Bha’ ବିଦ୍ୟମାନ ଥିବା ୟୁକେ/ ୟୁରୋପୀୟ ଏବଂ USର sizing systemର ସ୍ଥାନ ଗ୍ରହଣ କରିପାରିବ ।

ଏହି ସର୍ଭେରୁ କ’ଣ ଫଳାଫଳ ପ୍ରକାଶ ହୋଇଥିଲା ?

୨୦୨୧ ଡିସେମ୍ବରରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ୫ଟି ଭୌଗଳିକ ଜୋନର ୭୯ଟି ଅଞ୍ଚଳର ୧, ୦୧, ୮୮୦ ଲୋକଙ୍କୁ ନେଇ ଏହି Pan-India ସର୍ଭେ କରାଯାଇଥିଲା । ପ୍ରରମ୍ଭରେ ଏହି ସର୍ଭେର ପରିକଳ୍ପନା ଥିଲା କି ବିଭିନ୍ନ ଶ୍ରେଣୀର ଭାରତୀୟଙ୍କ ପାଇଁ ଅତି କମରେ ୫ଟି ପାଦୁକା ଆକାରର ବ୍ୟବସ୍ଥା ଆବଶ୍ୟକ ହେବ । କିନ୍ତୁ ଏହି ସର୍ଭେ ପୂର୍ବରୁ ଚିନ୍ତା କରାଯାଉଥିଲା ଯେ ଉତ୍ତର ଭାରତର ପାଦୁକା ଆକାର ଅନ୍ୟ ଭାରତୀୟଙ୍କ ତୁଳନାରେ ହାରାହାରି ଛୋଟ ଅଟେ । ପରବର୍ତ୍ତୀ ସମୟରେ ଲୋକଙ୍କ ହାରାହାରି ପାଦର ଆକାର, ଷ୍ଟ୍ରକଚର ଏବଂ ଗଠନକୁ ବୁଝିବା ପାଇଁ ଏକ 3D foot scanning machine ନିୟୋଜିତ କରାଯାଇଥିଲା । ପରେ ଏହି ମେଶିନ ସ୍କାନିଂରୁ ଜଣାପଡ଼ିଲା ଯେ ହାରାହାରି ଭାବରେ ଜଣେ ଭାରତୀୟ ମହିଳାଙ୍କ ପାଦର ଆକାର ୧୧ ବର୍ଷ ଏବଂ ପୁରୁଷର ୧୫ରୁ ୧୬ ବର୍ଷରେ ବୃଦ୍ଧି ହୋଇଥାଏ । ମୋଟାମୋଟି ଭାବରେ କହିବାକୁ ଗଲେ ଭାରତୀୟଙ୍କ ପାଦର ଆକାର ୟୁରୋପୀୟ ଏବଂ ଆମେରିକୀୟଙ୍କ ତୁଳନାରେ ପ୍ରଶସ୍ତ ବୋଲି ଜଣାପଡ଼ିଛି । ୟୁକେ/ ୟୁରୋପୀୟ ଏବଂ USର sizing system ଅନ୍ତର୍ଗତ ସଂକୀର୍ଣ୍ଣ ପାଦୁକା ଉପଲବ୍ଧ ହେଉଥିବାରୁ ଭାରତୀୟମାନେ ଆବଶ୍ୟକତାରୁ ଅଧିକ ଆକାର, ଟାଇଟ୍ ଏବଂ ଖରାପ ଫିଟିଂ ଜୋତା ପିନ୍ଧିବାର ନଜିର ରହିଛି । ପାଦର ଆକାର ଅନୁଯାୟୀ ଜୋତା ନ ପିନ୍ଧିବା କାରଣରୁ ଅଧିକାଂଶ ଭାରତୀୟମାନେ ପାଦରେ ଆଘାତର ଶିକାର ହୋଇଥାନ୍ତି ଏବଂ ଏହା ପାଦର ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିଥାଏ । ବିଶେଷ କରି ବୟସ୍କା ମହିଳା ଏବଂ ଡାଇବେଟିସ୍ ରୋଗୀମାନଙ୍କୁ ପାଦର ସ୍ୱାସ୍ଥ୍ୟ ସହ ସାଲିସ କରିବାକୁ ପଡ଼ିଥାଏ । ଅପରପକ୍ଷରେ ୨୦୨୫ରେ ‘Bha’ କାର୍ଯ୍ୟକାରୀ ହେବା ସହ ଏହା ବିଦ୍ୟମାନ ସାଇଜିଂ ସିଷ୍ଟମରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ଏଥିପାଇଁ ‘Bha’ର ସାଇଜ୍ ଅନୁଯାୟୀ ଉତ୍ପାଦ ଜୋତାଗୁଡ଼ିକର ଟ୍ରାଏଲ୍‌, ପରୀକ୍ଷଣ ଏବଂ ମତାମତ ପାଇଁ ଗ୍ରାହକଙ୍କୁ ଦିଆଯିବା ଉଚିତ ବୋଲି ପରାମର୍ଶ ଦିଆଯାଇଛି । ଭାରତୀୟ ଜନସଂଖ୍ୟାର ୮୫% ଲୋକଙ୍କୁ ଅନ୍ତର୍ଗତ ନିର୍ମିତ ଜୋତା ଉପଯୁକ୍ତ ଫିଟିଂ ଏବଂ ଆରାମଦାୟକ ହେବ । ଏହା ଦ୍ୱାରା ଉଭୟ ଜୋତା ନିର୍ମାତା କମ୍ପାନୀ ଏବଂ ଗ୍ରାହକ ଲାଭବାନ ହୋଇପାରିବେ ।

 

 

 

Get real time updates directly on you device, subscribe now.