fbpx

ଓଡ଼ିଶାରେ ବିଜେଡିକୁ କଡ଼ା ଟକ୍କର ଦେବା ଲକ୍ଷ୍ୟରେ ବିଜେପି: ପ୍ରାର୍ଥୀ ଘୋଷଣା ଭିତରେ ସାମ୍ନାକୁ ଆସିଲା ୧୦ଟି ବଡ଼ ସଙ୍କେତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମେ ୧୩ରୁ ଓଡ଼ିଶାରେ ୪ ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ଏଥର ଓଡ଼ିଶାରେ ଶାସକ ବିଜେପିକୁ କଡ଼ା ଟକ୍କର ଦେବା ଲକ୍ଷ୍ୟରେ ରହିଛି । ପ୍ରାର୍ଥୀ ଘୋଷଣା ମଧ୍ୟରେ ଏପରି ୧୦ଟି ବଡ଼ ସଙ୍କେତ ସାମ୍ନାକୁ ଆସିଛି । କୌଣସି ଦଳର ସିକ୍ରେଟ୍ ମିଶନ ବାବଦରେ ଯଦିଓ ଖୁଲାସା କରାଯାଇନଥାଏ, ତଥାପି ଏନେଇ କିଛିଟା ଆଭାସ ଜନମାନସରେ ପ୍ରତିଫଳିତ ହୋଇଥାଏ ।

୧- ଆଜି ଓଡ଼ିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି । ସେହି ତାଲିକାରେ ପାଖାପାଖି ଅଧା ନେତା ଓଡ଼ିଶାର ହୋଇଥିବା ବେଳେ ଅବଶିଷ୍ଟ ହେଉଛନ୍ତି କେନ୍ଦ୍ରୀୟ ନେତା ।

୨- ଅର୍ଥାତ ଏଥର ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହ ଏପରି ପାଖାପାଖି ୨୦ ଜଣ ନେତା ପ୍ରଚାର କରିବାକୁ ଆସିବେ । ତେଣୁ ବିଜେପି ଯେ ଓଡ଼ିଶାକୁ ସ୍ପେଶାଲ୍ ଭାବେ ଫୋକସ୍ କରୁଛି ଏହା ସ୍ପଷ୍ଟ ହେଉଛି ।

୩- ଏଥର ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ତାଲିକା ଘୋଷଣାରେ ସମାନ ନୀତି ଅବଲମ୍ବନ କରୁଛନ୍ତି କହିଲେ ଚଳେ । ଏକାଥରକେ ପ୍ରାର୍ଥୀ ଘୋଷଣା ନକରି ଧୀରେଧୀରେ ସ୍ଥିତି ଚାହିଁ ଦୁଇ ଦଳ ଗୋଟି ଚାଳନା କରୁଛନ୍ତି ।

୪- ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା କରିବା ବେଳେ ଦଳ ନୂଆ ରଣନୀତି ଆପଣାଇଛି । କିଛି ସ୍ଥାନରେ ପୁରୁଣା ନେତାଙ୍କ ଉପରେ ଭରସା କରିଥିବା ବେଳେ ଆଉ କିଛି ସ୍ଥାନରେ ନୂଆ ନେତାଙ୍କୁ ସୁଯୋଗ ଦେଇଛି ।

୫- ଏଥରେ ଓଡ଼ିଶାରେ ମହାଲଢ଼େଇ ହେବ ବୋଲି ନିକଟରେ ବିଜେପି ଚାଣକ୍ୟ ଅମିତ ଶାହ ବୟାନ ଦେଇଥିବା ବେଳେ ତାହା ରାଜ୍ୟ ଶାଖାକୁ ନେଇ ଅନେକ କିଛି ସଙ୍କେତ ପ୍ରଦାନ କରୁଛି ।

୬- ଗତ ୨୦୧୯ ନିର୍ବାଚନରେ ଅନେକ କେନ୍ଦ୍ରୀୟ ନେତା ଓଡ଼ିଶାକୁ ଆସି ପ୍ରଚାର କରିଥିଲେ । ତା’ର ଫଳ ମଧ୍ୟ ଦଳ ଉଭୟ ଲୋକସଭା ଓ ବିଧାନସଭାରେ ପାଇଥିଲା ।

୭- ତେଣ ୨୦୧୯ର ଫର୍ମୂଲାକୁ କିପରି ୨୦୨୪ରେ କାର୍ଯ୍ୟକାରୀ କରାଯିବ ସେନେଇ ବିଜେପି ଚାଣକ୍ୟ ନିଶ୍ଚିତ ଭାବେ କିଛି ନୀତି ପ୍ରସ୍ତୁତ କରିଥିବେ ।

୮- ଦଳ ଏଥର ଅଶ୍ୱିନୀ ବୈଷ୍ଣବଙ୍କୁ ପୁଣି ରାଜ୍ୟସଭାକୁ ପଠାଇବା, ଧର୍ମେନ୍ଦ୍ରଙ୍କୁ ଲୋକସଭା ପାଇଁ ଟିକେଟ ଦେବା, ବୈଜୟନ୍ତ ପଣ୍ଡାଙ୍କ ହାତରେ ୟୁପି ପରି ଏକ ବଡ଼ ରାଜ୍ୟର ଦାୟିତ୍ୱ ରହିଥିଲେ ବି ତାଙ୍କୁ ପୁଣି ସାଂସଦ ପ୍ରାର୍ଥୀ କରିବା ଦଳର କିଛି ଭିନ୍ନ ଲକ୍ଷ୍ୟକୁ ଦର୍ଶାଉଛି ।

୯- ନିକଟରେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଭୁବେନଶ୍ୱରରୁ ଦିଲ୍ଲୀ ନେତାଙ୍କର ‘ଗୋ-ବ୍ୟାକ’ ଦେଖିବାକୁ ମିଳିଥିଲା । ଶେଷ ମୁହୂର୍ତ୍ତରେ ମେଣ୍ଟ ହୋଇନଥିଲା । ବିଜେଡି ସହ ମେଣ୍ଟ ସହ ମେଣ୍ଟ କଲେ ଦଳକୁ କ’ଣ ଫାଇଦା ହେବ କ’ଣ କ୍ଷତି ହେବ ତାହା ସମୀକ୍ଷା କରି ଦଳ ନିଷ୍ପତ୍ତି ନେଇଥିଲା ।

୧୦- ଓଡ଼ିଶାରେ ବିଜେପି ସଫଳତା ହାସଲ କଲେ ତାହା ପୂର୍ବ ଭାରତୀୟ ରାଜ୍ୟ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର ଓ ଆନ୍ଧ୍ରପ୍ରଦେଶ ଉପରେ ନିଶ୍ଚିତ ଭାବେ କିଛିଟା ପ୍ରଭାବ ପକାଇବ । ତେଣୁ ଓଡ଼ିଶାକୁ ବିଜେପି କେବେ ବି ହାଲୁକା ଭାବେ ଗ୍ରହଣ କରିବ ନାହିଁ ତାହା ପ୍ରମାଣିତ ହେଉଛି ।

Get real time updates directly on you device, subscribe now.