fbpx

BJD ପକ୍ଷରୁ ନୂଆ ନେତାଙ୍କୁ ଦାୟିତ୍ୱ: ଜାରି ହେଲା ହେଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ପ୍ରତ୍ୟେକ ଦଳ ଆଗାମୀ ଲଢ଼େଇ ପାଇଁ ନିଜ ନିଜର ସାଙ୍ଗନିକ ସ୍ଥିତିକୁ ପରଖିବା ସହିତ ନୂଆ ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରୁଛନ୍ତି ।

ତେବେ ଏହା ମଧ୍ୟରେ ରାଜ୍ୟରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ରହି ଆସିଥିବା ବିଜୁ ଜନତା ଦଳ (ବିଜେଡି) କିଛି ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛି । ଦଳର ଲିଗାଲ ଫ୍ରଣ୍ଟରେ କିଛିଟା ପରିବର୍ତ୍ତନ କରାଯାଇଛି । ରାଜ୍ୟର ୫ଟି ଜିଲ୍ଲାରେ ଲିଗାଲ ଫ୍ରଣ୍ଟ ସଭାପତିଙ୍କୁ ନିଯୁକ୍ତି ମିଳିଛି । ନୟାଗଡ଼ ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ଭାବେ ନିରଞ୍ଜନ ମିଶ୍ର, ଗଜପତି ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ଭାବେ ପନ୍ତଲାଲ ପ୍ରସାଦ ରାଓ, କଳାହାଣ୍ଡି ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ଭାବେ ହରଜିନ୍ଦର ସିଂ, କଟକ ଜିଲ୍ଲା ଲିଗାଲ ଫ୍ରଣ୍ଟ ଉପସଭାପତି ଭାବେ ବଂଶୀଧର ଶତପଥୀ ଓ ଲିଗାଲ ଫ୍ରଣ୍ଟ ଗଣମାଧ୍ୟମ ସଂଯୋଜକ ଭାବେ ଅମିତାଭ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏ ନେଇ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୨ ତାରିଖରେ ମଧ୍ୟ ବିଜେଡିର ଜିଲ୍ଲା ସ୍ତରରେ ନୂଆ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମୁତାବକ ଗଜପତି ଜିଲ୍ଲାର ଦୁଇଜଣ ରାଜ୍ୟ ସମ୍ପାଦକଙ୍କୁ ଦାୟିତ୍ୱ ମିଳିଥିଲା । ଗଜପତି ଜିଲ୍ଲାରେ ୧୩ ଜଣଙ୍କୁ ଉପସଭାପତି, ୧୩ ଜଣଙ୍କୁ ସଚିବ, ୧୫ ଜଣଙ୍କୁ ଯୁଗ୍ମ ସଚିବ, ୯ ଜଣଙ୍କୁ ମ୍ୟୁନିସିପାଲିଟି ସ୍ତରରେ ନିଯୁକ୍ତି ମିଳିଥିଲା । ସେହିପରି କନ୍ଧମାଳ ଜିଲ୍ଲାରେ ୭ ଜଣଙ୍କୁ ଉପସଭାପତି, ୧୭ ଜଣଙ୍କୁ ସାଧାରଣ ସମ୍ପାଦକ, ୧୯ ଜଣଙ୍କୁ ସମ୍ପାଦକ, ୧୫ ଜଣଙ୍କୁ ଯୁଗ୍ମ ସଚିବ, ୧୮ ଜଣଙ୍କୁ ବ୍ଲକ ସ୍ତରରେ ନିଯୁକ୍ତି ମିଳିଥିଲା ।

Get real time updates directly on you device, subscribe now.