fbpx

ବିଜେଡିରୁ ଟିକଟ ପାଇବା ପରେ କ’ଣ ରହିଛି ବିଜୟ ଓ ସ୍ୱରୂପଙ୍କ ପ୍ରତିିକ୍ରୟା?

ବାଲେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ରାଜ୍ୟର ୨ଟି ଉପନିର୍ବାଚନ ପାଇଁ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦର ପାଇଁ ଶ୍ରୀ ସ୍ୱରୂପ କୁମାର ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ତିର୍ତ୍ତୋଲରୁ ବିଜେଡି ପକ୍ଷରୁ ଲଢିବେ ବିଜୟ ଶଙ୍କର ଦାସ । ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ହେଉଛନ୍ତି ବିଜୟ ଶଙ୍କର ଦାସ । ୨ ପ୍ରାର୍ଥୀଙ୍କ ନାଁରେ ଆଜି ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବାଲେଶ୍ୱର ପାଇଁ ନାଁ ଘୋଷଣା ପରେ ନିଜର ପ୍ରତିକ୍ରିିୟା ପ୍ରକାଶ କରିଛନ୍ତି ସ୍ୱରୂପ କୁମାର ଦାସ । ସେ କହିଛନ୍ତି ଯେ, ‘ପ୍ରାର୍ଥୀ ହେବି ବୋଲି ଜାଣି ନଥିଲି କି ଆଶା ନଥିଲା । କିଛି ଚିନ୍ତା କରି ଦଳ ଏହି ବଡ ନିଷ୍ପତ୍ତି ନେଇଥିବ । ଏହା ମୋ ପାଇଁ ଆଶ୍ଚର୍ଯ୍ୟକର ଖବର । ବିଜେଡି ଲୋକଙ୍କ ସହ ଅଛି ଓ ଲୋକଙ୍କ ପାଇଁ କାମ କରୁଛି । ଉପନିର୍ବାଚନରେ ବିଜେଡି ନିଶ୍ଚିତ ବାଜିମାତ୍ କରିବ ।’

ଅନ୍ୟପଟେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସ ମଧ୍ୟ ନିଜର ପ୍ରତିକ୍ରିିୟା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ବାପାଙ୍କ ଅଧୁରା ସ୍ୱପ୍ନ ସବୁ ପୂରଣ କରିବି ବୋଲି ବିଜୟ ଶଙ୍କର କହିଛନ୍ତି ।

Get real time updates directly on you device, subscribe now.