fbpx
BSKY
BJD MC SKY
BJD MS SKY

କୋରାପୁଟ ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା

କୋରାପୁଟ,୧୨ ।୧୦(ଓଡିଶା ଭାସ୍କର): କୋରାପୁଟରେ କାର୍ଯ୍ୟକ୍ଷମ ହେଲା ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନା । ଏସଏଲଏନ ମେଡିକାଲ କଲେଜ ହତା ମଧ୍ୟରେ ହୋଇଛି ଏହି ସ୍ୱତନ୍ତ୍ର ଡାକ୍ତରଖାନା । ୭୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ୫ଟି ଆଇସିୟୁ ରହିଛି । ଏ ଅଞ୍ଚଳର କୋଭିଡ ସଂକ୍ରମିତମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବେ ବୋଲି ଅନୁମାନ କରାଯାଉଛି ।

ତେବେ କୋରାପୁଟ ଜିଲ୍ଲା ଜୟପୁରରେ ଗୋଟିଏ କୋଭିଡ ଡାକ୍ତରଖାନା ଥିଲା । ଏଥିରେ ୧୫୦ ଶଯ୍ୟା ରହିଥିଲାବେଳେ ଗୁରୁତର ରୋଗୀଙ୍କୁ ବାହାରକୁ ସ୍ଥାନାନ୍ତର କରାଯାଉଥିଲା । ତେଣୁ କୋରାପୁଟରେ ଏକ ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା କରିବାପାଇଁ ସରକାର ନିଷ୍ପତି ନେଇଥିଲେ । ଆଜି ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ମୁଖ୍ୟ ଡାକ୍ତରଖାନା ହତା ମଧ୍ୟରେ ଥିବା ବେଳେ ଏହାର ପ୍ରବେଶପଥ ଅଲଗା ରହିଛି । କୋଭିଡ ସଂକ୍ରମିତଙ୍କ ପାଇଁ ଅଲଗା ପ୍ରବେଶ ଓ ପ୍ରସ୍ଥାନ ପଥ ଥିବା ବେଳେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଅଲଗା ପ୍ରବେଶପଥ ରହିଛି । ରୋଗୀଙ୍କୁ ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସେବା ମିଳିବା ସହ ଭେଣ୍ଟିଲେଟର ସୁବିଧା ମିଳିବ ବୋଲି ଜଣା ଯାଇଛି ।

Get real time updates directly on you device, subscribe now.