fbpx
BJD SKY
BJD SKY

ନିର୍ବାଚନ କ୍ଷେତ୍ର ଜଗିବା ପାଇଁ ବିଜେଡି ବାଛିଲା ପୁରୁଖା ନେତା, ବିଜୟ ପାଇଁ ବାଣ୍ଟିଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

BJD

ଭୁବନେଶ୍ୱର: ଆଗକୁ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ ୩ ପର୍ଯ୍ୟବେକ୍ଷକଙ୍କୁ ଗୁରୁଦାଇତ୍ୱ ବାଣ୍ଟିଛି ବିଜେଡି । ଦଳର ଆଗଧାଡିର ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଶାରଦା ନାୟକଙ୍କୁ ଗଡ ସମ୍ଭାଳିବାକୁ ଦାୟିତ୍ୱ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ବିଜେପି କିମ୍ବା କଂଗ୍ରେସ ତାଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା ନକରିଥିବା ବେଳେ ବିଜେଡି ପୁର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦିପାଳୀ ଦାସଙ୍କୁ ପ୍ରାର୍ଥୀ କରିଛି ।ବାପାଙ୍କ ଅଧୁର ସ୍ପପ୍ନକୁ ପୁରଣ କରିବା ପାଇଁ ଏବେ ଦୀପାଳି ନିର୍ବାଚନ ଲଢ଼ିବେ । ତେବେ ଏହା ପୂର୍ବରୁ ତିନି ନେତାଙ୍କୂ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ଏହି ନେତା ନିର୍ବାଚନ କ୍ଷେତ୍ର ଉପରେ ନଜର ରଖିବା ସହିତ କିଭଳି ଭୋଟ ଜଗିବାକୁ ହେବ ସେ ନେଇ କାର୍ଯ୍ୟ କରିବେ ।

ବିଜେଡି ନିର୍ବାଚନ ହାତେଇବା ପାଇଁ ତାର ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି । କେବଳ ଏତିକି ନୁହେଁ ନାମ ଘୋଷଣା ହେବା ପରେ ଦୀପାଳି ମଧ୍ୟ ଲୋକଙ୍କ ସେବାରେ ଲାଗି ଯାଇଛନ୍ତି । ତେବେ ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଦଳ ଏବେ ଠାରୁ କୌଣସି ଭୂଲକୁ ପ୍ରଶୟ ଦେବାକୁ ଚାହୁଁ ନାହିଁ । ସେପଟେ ବିରୋଧୀ ମାନେ ମଧ୍ୟ ଶାସକ ଦଳଙ୍କୁ ଟକ୍କର ଦେବା ସହ ନିଜର ବିଜୟ ପାଇଁ କସରତ ଆରମ୍ଭ କରି ଦେଲେଣି । ଦେଖିବା ବାକି ରହିଲା ସ୍ୱର୍ଗତ ନବଦାସଙ୍କ ପରେ ଝାରସୁଗୁଡାବାସୀ କାହାକୁ ସମର୍ଥନ ଜଣାଉଛନ୍ତି ଆଉ ଉପନିର୍ବାଚନରେ କାହାର ବିଜୟ ହେବ ।

Get real time updates directly on you device, subscribe now.