fbpx
BJD SKY
BJD SKY

ଧାମନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା BJD

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୩ ତାରିଖରେ ଅନୁଷ୍ଠିତ ହେବ ଧାମନଗର ଉପନିର୍ବାଚନ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି । ତେବେ ଏହା ମଧ୍ୟରେ ବିଜେଡି ତା’ର ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ପୂର୍ବରୁ ଏହି ଆସନରେ ବିଜେପି ହାତରେ ଥିଲା । ତେଣୁ କଳେବଳେ କୌଶଳେ ଏଥର ଗଡ଼ ଦଖଲ କରିବାକୁ ବିଜେଡି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି ।

ବିଜେଡିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ୮ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ପ୍ରୀତିରଞ୍ଜନ ଘଡ଼ାଇ, ଅଶୋକ ଚନ୍ଦ୍ର ପଣ୍ଡା, ରାଜେନ୍ଦ୍ର ଢୋଲକିଆ ଓ ଅଶ୍ୱିନୀ ପାତ୍ର ସ୍ଥାନ ପାଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ, ପ୍ରସନ୍ନ ଆଚାର୍ଯ୍ୟ, ଦିବ୍ୟଶଙ୍କର ମିଶ୍ର, ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ସୁଦାମ ମାରାଣ୍ଡି, ଅମର ପ୍ରସାଦ ଶତପଥି, ପ୍ରଫୁଲ୍ଲ ସାମଲ, ଦେବୀ ପ୍ରସାଦ ପୃଷ୍ଟି, ମୁଜିବୁଲ୍ଲା ଖାନ, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ସୁଲତା ଦେଓ, ଅରିନ୍ଦମ ରାୟ, ସୋଫିଆ ଆଲାମ, ଅମରେଶ ପତ୍ରି, ଚିନ୍ମୟ ସାହୁ, ଏଲିନା ଦାସ, ବିଷ୍ଣୁବ୍ରତ ରାଉତରାୟ, ସଞ୍ଜିବ ମଲ୍ଲିକ, ସତ୍ୟବ୍ରତ ତ୍ରିପାଠୀ, ଆକାଶ ଦାସନାୟକ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପର୍ଶୁରାମ ଧଡ଼ା, ଅଶୋକ ବଳ, ସୁନନ୍ଦା ଦାସ, ଶ୍ରୀମୟୀ ମିଶ୍ର, ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ନେତାମାନେ ପ୍ରଚାର କରିବେ ।

Get real time updates directly on you device, subscribe now.