fbpx

ପିପିଲି ପାଇଁ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ପିପିଲି,୧ ।୪(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଭିନ୍ନ ଅଞ୍ଚଳ ପାଇଁ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ନବ ଦାସ, ସୁଶାନ୍ତ ସିଂହ, ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ୱ ଦିଆଯାଇଛି । ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ତେବେ ପିପିଲି ଉପ ନିର୍ବାଚନ ପାଇଁ ମୋଟ ୧୫ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ମୋଟ ୨୯ସେଟ ନାମାଙ୍କନପତ୍ର ଦାଖଲ ହୋଇଛି । ଆସନ୍ତା ୧୭ରେ ପିପିଲି ଉପ ନିର୍ବାଚନ ହେବ। ଗତକାଲି ଉପନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ବିଜେଡି । ୪ ବରିଷ୍ଠ ନେତା ଯଥା- ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି । ପିପିଲିରେ ରହି ନିର୍ବାଚନ ପରିଚାଳନା କରିବାକୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.