fbpx

ବିଜେଡି ପାଳୁଛି ୨୪ତମ ପ୍ରତିଷ୍ଠା ଦିବସ, ନବୀନ କହିଲେ- ମା’ ଆଗେଇଲେ ଦେଶ ଆଗେଇବ

ଭୁବନେଶ୍ୱର,୨୬ ।୧୨(ଓଡିଶା ଭାସ୍କର): ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ । ୧୯୯୭ ମସିହା ଆଜିର ଦିନରେ ଜନ୍ମ ନେଇଥିଲା ବିଜେଡି । ଏନେଇ ୧୦ଟା ୩୦ରେ ବିଜେଡି ମୁଖ୍ୟାଳୟରେ ସମାବେଶ ଆରମ୍ଭ ହୋଇଛି । କୋଭିଡ ନିୟମ ମାନି ପାଳନ ହେଉଛି ଏହି ସମାବେଶ । ଏଥିରେ ବିଜେଡିର ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ରହିଛନ୍ତି । ଭର୍ଚୁଆଲରେ ମିଟିଂରେ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି ।

ବିଜେଡିର ପ୍ରତିଷ୍ଠା ଦିବସରେ ଟ୍ୱିଟ କରି ଓଡିଶାବାସୀଙ୍କ ସମେତ ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । କର୍ମୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଜେଡି ଲୋକଙ୍କ ଦଳ ହୋଇଛି ବୋଲି ନବୀନ କହିଛନ୍ତି । ଏହା ସହ ନବୀନ ନିଜର ସମ୍ବୋଧନରେ କହିଛନ୍ତି ଯେ, ‘ମହିଳା ସଶକ୍ତିକରଣ କରିବା ଆମର ମୂଳ ଲକ୍ଷ୍ୟ । ମା’ ଆଗେଇଲେ ଦେଶ ଓ ସମାଜ ଆଗେଇବ । ବିଜୁବାବୁ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ସଂସଦ ଓ ବିଦାନସଭାରେ ସଂରକ୍ଷଣ ପାଇଁ ଲଢେଇ କରୁଛି ବିଜେଡି ।’ ସମ୍ବୋଧନରେ ଜାତୀୟ ଦଳଗୁଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ମହିଳାଙ୍କୁ ଜାତୀୟ ଦଳଗୁଡିକ ବଡ ବଡ କଥା କହୁଛନ୍ତି । ମାତ୍ର ନିର୍ବାଚନ ସରିବା ମାତ୍ରେ ମହିଳାଙ୍କ କଥା ଭୁଲି ଯାଉଛନ୍ତି । ସଂରକ୍ଷଣ ନେଇ ପ୍ରତ୍ୟେକ ସ୍ତରରେ ପ୍ରସଙ୍ଗ ଉଠାଇବ ବିଜେଡି । ଭାରତର ସମସ୍ତ ମହିଳାଙ୍କୁ ସଚେତନ କରିବ ବିଜେଡି । ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଏକ ଆନ୍ଦୋଳନ ରୁପ ଦେବୁ । ମା’ମାନଙ୍କ ହକ୍ ସେମାନଙ୍କୁ ଦେବାକୁ ପଡିବ ।’

ତେବେ ୨୪ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇଛନ୍ତିତ ସାଂସଦ ସସ୍ମିତ ପାତ୍ର । ୨୦୨୪ ନିର୍ବାଚନ ପାଇଁ ଆଜି ମୂଳଦୁଆ ପଡ଼ିଲା ସସ୍ମିତ କହିଛନ୍ତି ।

Get real time updates directly on you device, subscribe now.