fbpx

୧୯ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୧୭ ।୧୧(ଓଡିଶା ଭାସ୍କର): ନଭେମ୍ବର ୧୯ରେ ବିଜେଡି ବିଧାୟକ ଦଳର ବୈଠକ ବସିବାକୁ ଯାଉଛି । ସନ୍ଧ୍ୟା ୬ଟାରେ ବିଧାନସଭାର ପ୍ରକୋଷ୍ଠ-୫୪ରେ ବୈଠକ ବସିବ । ବିଧାନସଭାର ଅଧିବେଶନ ପାଇଁ ପ୍ରସ୍ତୁତ ହୋଇପାରେ ଦଳୀୟ ରଣନୀତି । ଏହି ଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ତେବେ ଆସନ୍ତା ୨୦ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ବିଧାନସଭା ଅଧିବେଶନ ପାଇଁ ଆଜିଠୁ କୋରୋନା ଟେଷ୍ଟ ଆରମ୍ଭ ହୋଇଛି । ମନ୍ତ୍ରୀ, ବିଧାୟକ, ସଚିବ ଓ କର୍ମଚାରୀଙ୍କ ଚାଲିଛି ଟେଷ୍ଟ । ପ୍ରଥମେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ହୋଇଛି କୋରୋନା ପରୀକ୍ଷା । ଆଜିଠୁ ୩ ଦିନ ଅର୍ଥାତ୍୧୯ ତାରିଖ ଯାଏ ହେବ କୋରୋନା ଟେଷ୍ଟ । ଭିତରକୁ ଯାଉଥିବା ସମସ୍ତ ସାମ୍ବାଦିକଙ୍କର କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ ଆସିଲେ ବିଧାନସଭାକୁ ଯିବାକୁ ଅନୁମତି ମିଳିବ ।ଏଥର ମଧ୍ୟ ସଦସ୍ୟମାନେ ଭିଡିଓ କନଫରେନ୍ସିଂରେ ଭାଗ ନେଇପାରିବେ ।

Get real time updates directly on you device, subscribe now.