fbpx

ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ କଲେ ମୋଦୀ

ନୂଆଦିଲ୍ଲୀ୧୭ ।୧୧: ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ର୍ଟାଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନାଁ ନନେଇ ପାକିସ୍ତାନକୁ ସିଧାସଳଖ ଆକ୍ରମଣ କରିଛନ୍ତି ମୋଦୀ । ସେ କହିଛନ୍ତି ଯେ, ‘ଆତଙ୍କବାଦ ବିଶ୍ୱ ପାଇଁ ସବୁଠୁ ବଡ ସମସ୍ୟା । ଆତଙ୍କବାଦକୁ ସମର୍ଥନ ଦେଉଥିବା ଦେଶକୁ ଦୋଷୀ ମାନ୍ୟତା ମିଳୁ । ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି, ସେ ଏଥିପାଇଁ ଉତ୍ତରଦାୟୀ । ସବୁ ରାଷ୍ଟ୍ର ମିଳିତ ଭାବେ ସଂଗଠିତ ଢାଞ୍ଚାରେ ଆତଙ୍କବାଦ ମୁକାବିଲା କରନ୍ତୁ । ଜାତୀୟ ସୁରକ୍ଷା ପରିଷଦରେ ସଂସ୍କାର ନିହାତି ଜରୁରୀ । ଏଥିପାଇଁ ଭାରତ ବ୍ରିକ୍ସ ସାଥୀଙ୍କ ଠାରୁ ସହଯୋଗ ଆଶା କରୁଛି । ସାରା ବିଶ୍ୱର ୧୫୦ ଦେଶକୁ ଭାରତ କରୋନା ସମୟରେ ଔଷଧ ଦେଇଛି । ଆମର କରୋନା ଟୀକା ଉତ୍ପାଦନ ଓ ଯୋଗାଣ କ୍ଷମତା ବିଶ୍ୱ ହିତରେ ଲାଗିବ ।’

Get real time updates directly on you device, subscribe now.