fbpx
BJD SKY
BJD SKY

BJD Again-2024: ନବୀନ ପୁଣି ବସିବେ ମୁଖ୍ୟମନ୍ତ୍ରୀ ଗାଦିରେ, ଦଳ ପକ୍ଷରୁ ଆରମ୍ଭ ହେଲା ମାଷ୍ଟର ପ୍ଲାନ୍

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ମେଗା ଫାଇଟ । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ଗେମ୍ ପ୍ଲାନ ଆରମ୍ଭ କରିଦେଲେଣି । ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ କ୍ରମାଗତ ପଞ୍ଚମ ଥର ପାଇଁ ଓଡ଼ିଶାରେ କ୍ଷମତା ହାତେଇଥିବା ବେଳେ ଆଗକୁ ପୁଣି ଥରେ କ୍ଷମତା ହାତେଇବା ପାଇଁ ଦଳ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛି । ନବୀନଙ୍କ ସୁଚତୁର ଗୋଟିଚାଳନାରେ ବିଜେପି, କଂଗ୍ରେସ ପରି ଜାତୀୟ ଦଳ ବେହୋସ୍ ହୋଇ ପଡ଼ିଥିବା ବେଳେ ୨୦୨୪ରେ ବିଜେଡି ଏକ ତରଫା ବିଜୟ ହାସଲ କରିବା ପ୍ରୟାସରେ ରହିଛି ।

ଆସନ୍ତା ବିଧାନସଭା ନିର୍ବାଚନରେ ବିଜେଡି ପୂର୍ବାପେକ୍ଷା ଅଧିକ ଆସନ ହାତେଇବାକୁ ନକ୍ସସା ପ୍ରସ୍ତୁତ କରୁଛି । ଗତ ୨୦୧୯ ନିର୍ବାଚନରେ ଦଳର ଭୋଟ ସଂଖ୍ୟା ୧.୦୫ କୋଟି ଟପିଥିବା ବେଳେ ଭୋଟ ହାର ୪୫ ପ୍ରତିଶତ ରହିଥିଲା । ସେହିପରି ପଞ୍ଚାୟତ ଓ ପୌର ନିର୍ବାଚନରେ ଭୋଟ ହାର ୫୦ ପ୍ରତିଶତ ଅତିକ୍ରମ କରି ୧.୨ କୋଟିରେ ପହଞ୍ଚିଥିଲା । ତେବେ ଆସନ୍ତା ବିଧାନସଭା ଓ ଲୋକସଭାରେ ଦଳ ଭୋଟ ସଂଖ୍ୟାକୁ ୧.୫ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ।

ଗତ ବିଧାନସଭା ନିର୍ବାଚନରେ ବିଜେଡି ୧୧୨ଟି ଆସନ ଅକ୍ତିଆର କରିଥିଲା । ତେଣୁ ଆସନ୍ତା ଥର ଦଳ ଅଧିକ ସିଟରେ ବିଜୟ ଆଶା ରଖିଛି । ସେଥିପାଇଁ ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ ଚଳାଇଛି । କ୍ରମାଗତ ୬ଷ୍ଠ ଥର ପାଇଁ ନବୀନ କିପରି ମୁଖ୍ୟମନ୍ତ୍ରୀ ସିଟରେ ବସିବେ ସେଥିପାଇଁ ଦଳର ହେଭିୱେଟମାନ ଦିନରାତି ଏକ କରିଦେଇଛନ୍ତି । ଏନେଇ ନିକଟରେ ବିଜେଡିର ବିଜୁ ଛାତ୍ର ଜନତା ଦଳ, ବିଜୁ ମହିଳା ଜନତା ଦଳର ନୂଆ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ମିଳିଛି । ଦଳର ପର୍ଯ୍ୟବେକ୍ଷକ, ବରିଷ୍ଠ ପର୍ଯ୍ୟବେକ୍ଷକ, ଉପସଭାପତି, ସେକ୍ରେଟାରୀ ଜେନେରାଲ ଆଦି ସଦସ୍ୟଙ୍କୁ ନିଯୁକ୍ତି ମିଳିଛି ।

Get real time updates directly on you device, subscribe now.