fbpx

Honey Singh ଙ୍କ ଛାଡ଼ପତ୍ର: ଆଲିମୋନୀରେ ପତ୍ନୀଙ୍କୁ ଦେବେ ଏତିକି କୋଟି….

ନୂଆଦିଲ୍ଲୀ: ପଞ୍ଜାବୀ ସିଙ୍ଗର ଏବଂ ରାପର୍ ୟୋ ୟୋ ହନି ସିଂହ ଏବଂ ପତ୍ନୀ ଶାଳିନୀ ତଲୱାରଙ୍କ ଛାଡ଼ପତ୍ର ହୋଇଛି । ଦିଲ୍ଲୀର ସାକେତ ଜିଲ୍ଳା କୋର୍ଟର ଫ୍ୟାମିଲି କୋର୍ଟ ୮ ସେପ୍ଟେମ୍ବରରେ ଏହି ମାମଲାରୁ ଶୁଣାଣି କରିଥିଲେ । ଦିଲ୍ଳୀର ସାକେତ କୋର୍ଟ ଜଜ୍ ବିନୋଦ କୁମାର କୋର୍ଟରେ ଏହି ଶୁଣାଣି ହୋଇଥିଲା । ଏହି ସମୟରେ ହନି ସିଂହ ଆଲିମୋନୀ ଭାବରେ ୧ କୋଟି ଟଙ୍କାର ଚେକ୍ ଶାଳିନୀ ତଲୱାରଙ୍କୁ ଦେଇଛନ୍ତି ।

କୋର୍ଟରେ ୟୋ ୟୋ ହନୀ ସିଂହ ଏବଂ ଶାଳିନୀ ତଲୱାରଙ୍କ ମଧ୍ୟରେ କାଉଣ୍ଟର-ଆଲିଗେସନ ପରେ ମାମଲା ସେଟଲ ହୋଇଥିଲା, ଯାହାପରେ ଦୁହିଁଙ୍କ ମଧ୍ୟରେ ୧ କୋଟି ର ଆଲିମୋନୀ ଉପରେ ବୁଝାମଣା ହୋଇଛି । ମାମଲାର ଆଗାମୀ ଶୁଣାଣି ୨୦ ମାର୍ଚ୍ଚ ୨୦୨୩ ରେ ହେବ । ଯେଉଁଥିରେ ଆଗାମୀ ପ୍ରସ୍ତାବ ଉପରେ ଶୁଣାଣି ହେବ ।

୨୦୨୧ ରେ ହନି ସିଂହଙ୍କ ଉପରେ ଘରୋଇ ହିଂସା ନେଇ ଅଭିଯୋଗ ହୋଇଥିଲା । ସୋସିଆଲ ମିଡିଆରେ ଶାଳିନୀ ଅଭିଯୋଗ କରିଥିଲେ ଯେ ହନୀ ସିଂହ ତାଙ୍କ ସହ ଶାରୀରିକ ଏବଂ ମାନସିକ ଶୋଷଣ ଅଭିଯୋଗ ଆଣିଥିଲେ । ଏହା ସହ ସେ ଦାବି କରିଥିଲେ ଯେ ହନୀ ସିଂହ ତାଙ୍କୁ ଠକିଥିଲେ ଏବଂ ତାଙ୍କ ସହ ଟଙ୍କାଙ୍କୁ ନେଇ ଠକାମୀ କରିଥିଲେ । ହନୀ ସିଂହ ଏହି ସବୁ ଅଭିଯୋଗକୁ ମିଥ୍ୟା ବୋଲି କହି ଖାରଜ କରିଦେଇଥିଲେ ।

Get real time updates directly on you device, subscribe now.