fbpx

T20 WC-2022 ରୁ ବାଦ ପଡିଲେ ଭାରତର ଷ୍ଟାର ଅଲରାଉଣ୍ଡର: ଆହତ ସମସ୍ୟା ବଢାଇଲା ଚିନ୍ତା

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ରୁ ବାଦ ପଡିବା ପରେ ଟିମ ଇଣ୍ଡିଆ ଆଗରେ ରହିଛି ଟି-୨୦ ବିଶ୍ୱକପ । ଏହା ଭାରତୀୟ ଦଳ ପାଇଁ ଏକ ବିରାଟ ଚାଲେଞ୍ଜ ହୋଇ ଛିଡା ହୋଇଛି । କିନ୍ତୁ ଏହା ପୂର୍ବରୁ ଦଳକୁ ଏକ ବଡ ଝଟକା ଲାଗିଛି । ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବିଶ୍ୱକପରୁ ବାଦ ପଡିଛନ୍ତି । ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ବିଶ୍ୱକପରେ ଦଳ ପାଇଁ ବଡ ଚିନ୍ତାର କାରଣ ପାଲଟିବ ।

ମେନ ଇନ ବ୍ଲୁ’ର ଷ୍ଟାର ଅଲରାଉଣ୍ହର ରବିନ୍ଦ୍ର ଜାଡେଜା ଏବେ ଟି-୨୦ ବିଶ୍ୱକପ-୨୦୨୨ରୁ ବାଦ ପଡିଛନ୍ତି । ଆହତ ସମସ୍ୟା ଯୋଗୁଁ ତାଙ୍କୁ ଦଳରେ ସ୍ଥାନ ମିଳିପାରିନାହିଁ । ଏସିଆ କପରେ ତାଙ୍କୁ ଲାଗିଥିବା ଆହତ ସମସ୍ୟା ଗମ୍ଭୀର ହୋଇଥିବାରୁ ତାଙ୍କର ବିଶ୍ୱକପରେ ଖେଳିବାର ସୁଯୋଗ ହାତଛଡା ହୋଇଛି । ଏହା ମଧ୍ୟରେ ଜାଡେଜାଙ୍କ ଆହତ ସମସ୍ୟାକୁ ନେଇ ଏକ ବଡ ଖୁଲାସା ହୋଇଛି । ଏସିଆ କପ୍ ସମୟରେ ତାଙ୍କ ଦ୍ୱାରା କିଛି ଆକ୍ଟିଭିଟି କରାଯାଇଥିଲା, ଯାହା ବିସିସିଆଇର ଅନ୍ତର୍ଭୁକ୍ତ ନୁହେଁ । ତେବେ ଏହି ଆକ୍ଟିଭିଟି ସମୟରେ ସେ ଆଘାତ ପାଇଥିଲେ ।

ଏହାପରେ ଜାଡେଜାଙ୍କ ଆହତ ସମସ୍ୟାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ବିସିସିଆଇ । ଏପରିକି ଟିମ ଇଣ୍ଡିଆର ହେଡ କୋଚ ରାହୁଲ ଦ୍ରାବିଡ ମଧ୍ୟ ଏ ନେଇ କାହିଁକି ଚୁପ ରହିଥିଲେ ବୋଲି ପ୍ରଶ୍ନ ଉଠିଛି । ତେବେ ବିଶ୍ୱକପ ଭଳି ଏକ ବଡ ଟୁର୍ଣ୍ଣାମେଣ୍ଟରୁ ଏବେ ବାଦ ପଡିଛନ୍ତି ଭାରତର ନମ୍ବର ୱାନ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ।

Get real time updates directly on you device, subscribe now.