fbpx

ଏନଆରସିକୁ ସମର୍ଥନ କରିବନି ବିଜେଡ଼ି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୧୨(ଓଡ଼ିଶା ଭାସ୍କର): ଏନଆରସିକୁ ବିଜେଡ଼ି ସମର୍ଥନ କରିବନି ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଆରସି ସହ ସିଏଏ(ନାଗରିକତା ସଂଶୋଧନ ଆଇନ) କୌଣସି ସମ୍ପର୍କ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନାଗରିକତା ଆଇନ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ । ନାଗରିକତା ଆଇନକୁ ସଂସଦରେ ବିଜେଡ଼ି ସମର୍ଥନ କରିଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ସାଂସଦ ସମର୍ଥନ କରିଛନ୍ତି । କିନ୍ତୁ ଏନଆରସିକୁ ସମର୍ଥନ କରିବନି ବିଜେଡ଼ି ।ଏହାସହ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ନବୀନ ଅନୁରୋଧ କରିଛନ୍ତି ।

ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ଦେଶ ଏବଂ ରାଜ୍ୟରେ ବିକ୍ଷୋଭ ସହ ହିଂସାକାଣ୍ଡ ଦେଖା ଦେଇଛି । ବିଭିନ୍ନ ଜାଗାରେ ପୋଡ଼ାଜଳା ସହ ଭଙ୍ଗାରୁଜା ମଧ୍ୟ ହୋଇଛି ।

Get real time updates directly on you device, subscribe now.