ବିଭିନ୍ନ ସେଲ୍ ପାଇଁ ବିଜେଡି ବରିଷ୍ଠଙ୍କୁ ଦାୟିତ୍ବ ବଣ୍ଟନ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ
ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍ ଥାଇ ବିଜେଡି ବରିଷ୍ଠଙ୍କୁ ନୂଆ ଦାୟିତ୍ବ ପ୍ରଦାନ ।
ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି । ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍ ଥାଇ ବିଭିନ୍ନ ସେଲ୍ ପାଇଁ ଏହି ଦାୟିତ୍ବ ଦିଆଯାଇଛି ।
ବିଜ୍ଞପ୍ତି ଅନୁସାରେ, ବିଜୁ କୃଷକ ସାମୁଖ୍ୟ ଦାୟିତ୍ବରେ ପ୍ରସନ୍ନ ଆଚାର୍ଯ୍ୟ ରହିଛନ୍ତି । ସେହିପରି ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍ ଦାୟିତ୍ବରେ ଅନଙ୍ଗ ଉଦୟ ସିଂଦେଓ ରହିଥିବା ବେଳେ ବିଜେଡି କୋପରେଟିଭ୍ ସେଲ୍ ଦାୟିତ୍ବରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ଅନ୍ୟପଟେ ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍ ଦାୟିତ୍ବରେ ବଦ୍ରି ନାରାୟଣ ପାତ୍ର ରହିଥିବା ବେଳେ ବିଜେଡି ମତ୍ସ୍ୟଜୀବୀ ସେଲ୍ ଦାୟିତ୍ବ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଦିଆଯାଇଛି ।
ଆଦିବାସୀ ସେଲ୍ ଦାୟିତ୍ବରେ ମଙ୍ଗଳା କିଷାନ, ବରିଷ୍ଠ ନାଗରିକ ସେଲ୍ ଦାୟିତ୍ବରେ ଦେବାଶିଷ ସାମନ୍ତରାୟ, ଓବିସି ସେଲ୍ ଦାୟିତ୍ବରେ ଅରୁଣ ସାହୁ ରହିଥିବା ବେଳେ ଏସ୍ସି ସେଲ୍ ଦାୟିତ୍ବ ମହେଶ ସାହୁଙ୍କୁ ଦିଆଯାଇଛି ।
ଆଇଟି ଏବଂ ସୋସିଆଲ ମିଡିଆ ସେଲି ଦାୟିତ୍ବରେ ଅମର ପଟ୍ଟନାୟକ ରହିଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବିଜୁ ଜନତା ଦଳର ବିଭିନ୍ନ ଛାମୁଆ ସଙ୍ଗଠନ/ସେଲର ଆବାହକଙ୍କ ନାମ ଘୋଷଣା ହୋଇଛି ।