fbpx

(Video) ଟିକେଟ ନ ମିଳିଲା ନାହିଁ… ଶ୍ରୀମୟୀଙ୍କୁ ଗୁରୁଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ: ଦଳରେ ରହି କରିବେ ଏହି କାର୍ଯ୍ୟ

ଓଡ଼ିଶା ଭାସ୍କର: ବିଜୁ ଜନତା ଦଳର ଖୁବ ଲୋକପ୍ରିୟ ଚେହେରା, ଶ୍ରୀମୟୀ ମିଶ୍ରଙ୍କ ଭୂମିକା ଏବେ ଖୁବ ଚର୍ଚ୍ଚାରେ । ଦିନେ ଲୋକସଭା ସାଂସଦ ପ୍ରାର୍ଥୀ ଭାବରେ ଦଳର ଅନ୍ୟ ନେତାମାନଙ୍କ ଅପେକ୍ଷା ଖୁବ ଆଗରେ ତାଙ୍କ ନାମ ରହିଥିଲା । କିନ୍ତୁ ଆଜି ତାଙ୍କୁ କୌଣସି ଆସନ ପାଇଁ ଟିକେଟ ଦେଇନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସାଂସଦ ଭାବରେ ବିଜେଡି ତରପରୁ ତାଙ୍କୁ ଟିକେଟ ମିଳିବ ବୋଲି ଏକ ପ୍ରକାର ନିଶ୍ଚିତ ବୋଲି ମନେ ହେଉଥିଲା । କିନ୍ତୁ ବର୍ତ୍ତମାନ କୌଣସି ଆସନରେ ତାଙ୍କୁ ଦଳ ପ୍ରାର୍ଥୀ ଭାବେ ସୁଯୋଗ ଦେଇନାହିଁ । ତେବେ ନିର୍ବାଚନ ପୂର୍ବରୁ ଶ୍ରୀମୟୀ ମିଶ୍ରଙ୍କୁ ଏକ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକେଟ ନ ପାଇ ମଧ୍ୟ ବିଜେଡି ରଥର ସାରଥୀ ସାଜିବେ ଶ୍ରୀମୟୀ ।

ସେ ସମ୍ମିଳନୀ ହେଉ କି ଜନସଭା, ନିର୍ବାଚନ ପୂର୍ବରୁ ବିଜେଡିର ସବୁ ବୈଠକରେ ଶ୍ରୀମୟୀ ମିଶ୍ରଙ୍କୁ ଦେଖିବାକୁ ମିଳୁଥିଲା । ସବୁଥିରେ ରାଜଧାନୀର ବିଜେଡି ମଙ୍ଗ ଧରିଥିଲେ ଶ୍ରୀମୟୀ । ସେଥିପାଇଁ ୨୪ ନିର୍ବାଚନରେ ବିଜେଡି ପକ୍ଷରୁ ଅପରାଜିତାଙ୍କ ବିପକ୍ଷରେ ଶ୍ରୀମୟୀ ମିଶ୍ର ହିଁ ଲୋକସଭା ସାଂସଦ ପ୍ରାର୍ଥୀ ହେବେ ବୋଲି ନିର୍ବାଚନୀ ମାହୋଲରେ ଚର୍ଚ୍ଚା ହେଉଥିଲା । କିନ୍ତୁ ବିଜେଡି ସୁପ୍ରିମୋଙ୍କ ପ୍ଲାନ୍ ଥିଲା କିଛି ଅଲଗା । ସବୁ ଆଶା ଆଶଙ୍କାକୁ ପଛରେ ପକେଇ ଶ୍ରୀମୟୀଙ୍କ ବଦଳରେ ବିଜେଡି ସାଂସଦ ଟିକେଟ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ନବାଗତ ମନ୍ମଥ ରାଉତରାୟଙ୍କ ନାଁରେ ମୋହର ମାରିଛି । ଏହାପରେ ହଠାତ୍ ରାଜନୀତି ମହଲରୁ ଗାଏବ ରହିଛନ୍ତି ଶ୍ରୀମୟୀ । ନା କେଉଁ ଜନ ସମ୍ମିଳନୀ ନା କେଉଁ ସଭା ସମିତି, ଏମିତି କି କୌଣସି ମିଶ୍ରଣ ପର୍ବରେ ବି ଶ୍ରୀମୟୀଙ୍କ ଦର୍ଶନମିଳିନାହିଁ । ତେଣୁ ଏ ସବୁକୁ ଦେଖି ଆଉ ଏକ ନୂଆ ଆଲୋଚନା ମୁଣ୍ଡ ଟେକିଥିଲା । ଶ୍ରୀମୟୀ ଖୁବ ଶୀଘ୍ର ଦଳ ଛାଡ଼ି ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେବା ଆରମ୍ଭ ହୋଇଥିଲା ।

କିନ୍ତୁ ସବୁ ପରେ ବିଜେଡି ପାର୍ଟି ସୁପ୍ରିମୋଙ୍କ ନିଷ୍ପତି ସମସ୍ତଙ୍କ ଭାବନାରେ ପୁର୍ଣ୍ୟଛେଦ ଟାଣି ଦେଇଛି । ପାର୍ଟି ତରଫରୁ ତାଙ୍କୁ ମିଳିଛି ଏକ ଗୁରୁ ଦାୟିତ୍ୱ । ଅନ୍ୟ କେଉଁ ପାର୍ଟି ନୁହେ ବରଂ ବିଜେଡି ରେ ରହି ସେ କରିବେ ପାର୍ଟିର ପ୍ରଚାର । ମୁଖ୍ୟ ପ୍ରଚାରିକା ଭାବରେ ତୁଲେଇବେ ସବୁ ଦାଇତ୍ୱ । ଏଇ ଷ୍ଟାର ପ୍ରଚାରକ ତାଲିକାରେରେ ନବୀନ ପଟନାୟକଙ୍କ ସହ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ପରି ବଡ ବଡ ନେତାଙ୍କ ନାଁ ସାମିଲ ରହିଛି । ଏହାସହିତ ତାଲିକାରେ ଆଉ ଏକ ନାଁ ମଧ୍ୟ ରହିଛି, ଶ୍ରୀମୟୀ ମିଶ୍ର । ତେବେ ଶ୍ରୀମୟୀଙ୍କ ହାତରେ ପ୍ରଚାରର ମଙ୍ଗ ଧରେଇ ବିଜେଡି ଲଦି ଦେଇଛି ଗୁରୁ ଦାୟିତ୍ୱ । ପାର୍ଟିର ପ୍ରଚାର ପ୍ରସାରରେ ଶ୍ରୀମୟୀଙ୍କର ବହୁମୁଖୀ ଭୂମିକା ରହିବ ବୋଲି ଆଶା କରାଯାଉଛି । ତାଙ୍କ ଉପଦେଶରେ ଅନ୍ୟ ବିଜେଡି କର୍ମୀ ମାନେ କାମ କରିବେ । ଏମିତି ଏକ ଗୁରୁ ଦାୟିତ୍ୱ ଦେଇ ପାର୍ଟି ସୁପ୍ରିମୋ ନବୀନ ପଟନାୟକ ଶ୍ରୀମୟୀଙ୍କ ଉପରେ ରଖିଛନ୍ତି ବହୁ ଆସ୍ଥା । ଷ୍ଟାର ପ୍ରଚାରକ ଭୂମିକାରେ ଶ୍ରୀମୟୀ ବିଜେଡି ରଥର ସାରଥୀ ହୋଇ ବିଜୟର ଶଙ୍ଖଧ୍ୱନୀ ବଜାଇବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.