fbpx
BJD SKY
BJD SKY

ରାମ ମନ୍ଦିର ଦର୍ଶନ ଲାଗି ଲାଗୁ ହେଲା ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା, ସୁରକ୍ଷାକୁ ଦୃଷ୍ଟିରେ ରଖି ବଦଳିଲା ନିୟମ

BJD

ଅଯୋଧ୍ୟା: ରାମ ମନ୍ଦିର ଉଦଘାଟନ ପରେ ବହୁ ସଂଖ୍ୟାରେ ଲୋକମାନେ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚୁଛନ୍ତି । ରାମ ମନ୍ଦିରରେ ପ୍ରବେଶ ଲାଗି କିଛି ନିୟମ ବି ନିର୍ଦ୍ଧାରିତ କରାଯାଇଥିଲା ଯାହାକୁ ଏବେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ମନ୍ଦିରରେ ପ୍ରବେଶ ଯେତେ ସହଜ ଥିଲା ଏବେ ଆଉ ତାହା ହୋଇପାରିବ ନାହିଁ । ଏବେ ସରକାର ରାମଲାଲାଙ୍କ ଦର୍ଶନ ଲାଗି ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରିଛନ୍ତି ।

ରାମ ମନ୍ଦିରରେ ପ୍ରବେଶ ଲାଗି ନିୟମ ବଦଳିବା ପଛରେ କିଛି କାରଣ ରହିଛି । ସାଇବର ଅପରାଧ ଓ ଭକ୍ତଙ୍କ ସୁରକ୍ଷା ଲାଗି ନିୟମକୁ ବଦଳାଯାଇଛି । ସୂଚନା ମିଳିଥିଲା କି ପୂର୍ବରୁ କାହାର ବି ଆଇଡିରେ ଜଣଙ୍କୁ ମନ୍ଦିର ମଧ୍ୟକୁ ଛାଡି ଦିଆଯାଉଥିଲା । ଏଥିପାଇଁ ଧୋକାଦାରୀ କରୁଥିବା ବ୍ୟକ୍ତି ବଡ ରକମର ଅର୍ଥ ବି ଆଦାୟ କରୁଥିଲେ । ପ୍ରଶାସନକୁ ଧୋକାଦାରୀରୁ ରକ୍ଷା ପାଇବା ଲାଗି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ପଡିଛି ।

ରାମ ମନ୍ଦିରରେ ପ୍ରବେଶ ଲାଗି ଏବେ ଭକ୍ତଙ୍କୁ ତ୍ରିସ୍ତରୀୟ ଯାଞ୍ଚ କରାଇବାକୁ ହେବ । ଏହାପରେ ଯାଇ ଆପଣ ରାମଲାଲାଙ୍କ ଦର୍ଶନ କରିପାରିବେ । ନୂଆ ନିୟମ ଅନୁସାରେ ସର୍ବପ୍ରଥମେ ଭକ୍ତଙ୍କୁ ପ୍ରବେଶ ଦ୍ୱାରରେ ପାସ୍‌ର ଯାଞ୍ଚ କରାଇବାକୁ ହେବ । ଏହାପରେ ଆପଣଙ୍କୁ ସ୍କ୍ରିନିଂ ଏରିଆକୁ ପଠାଯିବ ଯେଉଁଠି ଉତ୍ତରପ୍ରଦେଶ ପୋଲିସ ଉପନୀରିକ୍ଷକଙ୍କ ଦ୍ୱାରା ଆପଣଙ୍କ ଆଇଡି ପ୍ରୁଫ୍ ଦେଖାଯିବ ଓ ଆଇଡି ପ୍ରୁଫ୍ ସହିତ ଆପଣଙ୍କ ମୁହଁକୁ ବି ମିଳାଯିବ ।

ମନ୍ଦିରରେ ପ୍ରବେଶ ପୂର୍ବରୁ ଯାଞ୍ଚର ଶେଷ ପର୍ଯ୍ୟାୟରେ ପୁଣି ଥରେ ଆପଣଙ୍କ ପାସ୍‌ର ସାମାନ୍ୟ ଯାଞ୍ଚ କରାଯିବ । ଏହାପରେ ଗୋଟିଏ ସ୍ଲଟ୍‌ରେ ଯେତେ ଭକ୍ତ ଅଛନ୍ତି ସମସ୍ତଙ୍କୁ ଏକ ସଙ୍ଗେ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ । ତେଣୁ ଆପଣ ଯଦି ରାମଲାଲାଙ୍କ ଦର୍ଶନରେ ବାହାରିଛନ୍ତି ତେବେ ସାଥିରେ ପାସ୍ ଓ ଆଇଡି ପ୍ରୁଫ୍ ନେବାକୁ ଭୁଲନ୍ତୁ ନାହିଁ । ଏଠାରେ ସୂଚାଇ ଦିଆଯାଇପାରେ କି ରାମଲାଲାଙ୍କ ଦର୍ଶନ ଲାଗି ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ କରାଯାଇଛି ।

Get real time updates directly on you device, subscribe now.