fbpx

ଭୁପଷ୍ଠରୁ କେତେ କିଲୋମିଟର ଉଚ୍ଚତାରେ ଉଡ଼େ ବିମାନ? ଜାଣନ୍ତୁ କାହିଁକି ରହିଥାଏ ଏହି ଦୂରତା

ଓଡ଼ିଶା ଭାସ୍କର: ବିମାନ ଚଳାଚଳ ମନ୍ତ୍ରାଳୟ ଅନୁସାରେ ଭାରତରେ ଦୈନିକ ପ୍ରାୟ ୬ ହଜାରରୁ ଅଧିକ ବିମାନ ଚଳାଚଳ ହେଉଛି । ଏକକାଳୀନ ୩ ହଜାର ୬୧ ବିମାନ ପ୍ରସ୍ଥାନ କରୁଥିବା ବେଳେ , ୩ ହଜାର ୫୮ ବିମାନ ଦେଶ ଭିତରକୁ ଆସିଥାଏ । ଏଥିରେ କିଛି ଘରୋଇ ବିମାନ ଏବଂ ବିଦେଶୀ ବିମାନ ମଧ୍ୟ ସାମିଲ ରହିଛି । ଏହି ବିମାନ ଗୁଡ଼ିକ ଭୁପୃଷ୍ଠରୁ କିଛି କିଲୋମିଟର ଉଚ୍ଚରେ ଉଡ଼ୁଥିବାର ଦେଖାଯାଏ । ତେବେ ଆସନ୍ତୁ ଜାଣିବା ଭୂପୃଷ୍ଠ ଏବଂ ବିମାନ ମଧ୍ୟରେ କେତେ କିଲୋମିଟରର ଦୂରତା ଥାଏ ଏବଂ କାହିଁକି ?

ରିପୋର୍ଟ ଅନୁସାରେ, ଭୂପୃଷ୍ଠ ଅପେକ୍ଷା ବିମାନ ଉଡାଣର ୧୦ ମିନିଟ୍ ଭିତରେ ପ୍ରାୟ ୯ ରୁ ୧୨ କିଲୋମିଟର ଉଚ୍ଚତାରେ ଉଡିଥାଏ । ବିମାନ ଉଚ୍ଚତାରେ ଉଡିବାର ଅନେକ କାରଣ ରହିଛି । ଉଚ୍ଚତାରେ ଉଡ଼ିବା ଦ୍ୱାରା ବାୟୁ ପ୍ରତିରୋଧକୁ ହ୍ରାସ କରିବା ସହ ଇନ୍ଧନର ଶକ୍ତିକୁ ବଢାଇ ବିମାନ ଅଧିକ ବାୟୁ ଚଳାଚଳରୁ ଦୂରରେ ରହିପାରେ । ବିମାନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବିମାନ ଯେତେ ଅଧିକ ଉପରକୁ ଯିବ ବାୟୁ ସେତେ ପତଳା ହୋଇଯିବ, ବାୟୁର ଘନତା କମ୍ ହୋଇଯିବ । ଯାହା ଫଳରେ ବାୟୁମଣ୍ଡଳରେ କମ୍ ପ୍ରତିରୋଧ ହେତୁ ବିମାନ ଚାଳକ ଦକ୍ଷତାର ସହ ବିମାନ ଉଡ଼ାଇ ପାରିଥାନ୍ତି । ଏହା ବ୍ୟତୀତ ଉଚ୍ଚରେ ଉଡିବା ଦ୍ୱାରା ପକ୍ଷୀମାନଙ୍କ ସହ ଧକ୍କା ହେବାରୁ ମଧ୍ୟ ରୋକା ଯାଇପାରିବ ।

ବିମାନବନ୍ଦରରୁ ବିମାନ ଉଡାଇବା ବେଳେ ପାଇଲଟଙ୍କର ପ୍ରଥମ କାମ ହେଉଛି କୁହୁଡି , ମେଘ ଉପରେ ଶିଘ୍ର ଯିବା ଏବଂ ଯଥା ଶିଘ୍ର ଉଚ୍ଚ ତାକୁ ଉଠିବା । ଟ୍ରିପ୍ ଡଟ୍ କମ୍ ଅନୁଯାୟୀ ଯାତ୍ରୀ, ମାଲ ପରିବହନ ଏବଂ ଏବଂ ସାମରିକ ବିମାନ ସମେତ ସାରା ବିଶ୍ୱରେ ୧ଲକ୍ଷ ବିମାନ ଉଡାଣ ଏବଂ ଅବତରଣ କରିଥାଏ । କେବଳ ଯାତ୍ରୀଙ୍କ ବିମାନ ୯୦ହଜାରରୁ ଅଧିକ ବୋଲି ଜଣାଯାଇଛି ।

Get real time updates directly on you device, subscribe now.