fbpx
BSKY
BJD YOUTH SKY
BJD MS SKY

ଗ୍ରୀଷ୍ମ ପ୍ରବାହ ପାଇଁ ଚିଡ଼ିଆଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା, ପଶୁପକ୍ଷୀଙ୍କ ପାଇଁ ଖୁଆଡ଼ରେ ଲାଗିଛି ଫ୍ୟାନ୍ ଓ କୁଲର

ଓଡ଼ିଶା ଭାସ୍କର: ଦିନକୁ ଦିନ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରଭାବ ଯୋଗୁ ଜନଜୀବନକୁ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛି । ଜୀବଜନ୍ତୁ ମଧ୍ୟ ତାତିରେ ଡହଳବିକଳ ହେଉଛନ୍ତି । ଦେଶର ବିଭିନ୍ନ ଚିଡ଼ିଆଖାନାରେ ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚିଡ଼ିଆଖାନାରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖରାରୁ ମୁକ୍ତି ପାଇଁ ଥଣ୍ଡା ପାଣିରେ ଗାଧୋଉଛି ହାତୀ । ବାଘ ଓ ଅନ୍ୟ ଜୀବଜନ୍ତୁଙ୍କୁ ଛାଇ ଦେବାକୁ ସେଡ୍ ର ବ୍ୟବସ୍ଥା କରାଯାଇଛି । ହିଟୱେଭରୁ ରକ୍ଷା ପାଇଁ ପୋଖରୀ ସହ ପାଣି ସିଞ୍ଚନର ବ୍ୟବସ୍ଥା ମଧ୍ୟ କରାଯାଇଛି । ହିମାଲୟନ ଭାଲୁ ଓ ସରିସୃପଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଶୁପକ୍ଷୀଙ୍କଠାରୁ ନେଇ ପର୍ଯ୍ୟଟକଙ୍କ ସୁବିଧାର ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଛି । ଏଠି ସିଲିଗୁଡିଇ ଅଂଚଳରେ ବର୍ତମାନ ପାରଦ ୪୦ ଡିଗ୍ରୀ ପାଖାପାଖି ରହୁଛି । ତେଣୁ ବନ୍ୟଜନ୍ତୁଙ୍କୁ ତାତିରୁ ମୁକ୍ତି ଦେବାକୁ ପୋଖରୀରେ ଥଣ୍ଡା ପାଣି, ପଶୁପକ୍ଷୀଙ୍କ ଖୁଆଡ଼ରେ ଫ୍ୟାନ ଓ କୁଲର ସହ ବିଭିନ୍ନ ଖୁଆଡରେ ବରଫ ଖଣ୍ଡ ମଧ୍ୟ ରଖାଯାଉଛି । ସେପଟେ ପ୍ରବଳ ଗରମ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମିଥିବା କହିଛନ୍ତି ଚିଡ଼ିଆଖାନା କର୍ତୃପକ୍ଷ । ଅପରପକ୍ଷରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ପଶୁପକ୍ଷୀଙ୍କ ସୁରକ୍ଷା ପ୍ରତି ସବୁ ସମୟରେ ସଜାଗ ଅଛନ୍ତି ଚିଡ଼ିଆଖାନାର କର୍ମଚାରୀ ।

 

Get real time updates directly on you device, subscribe now.