fbpx
BSKY SKY
BSKY SKY

ଆଜି ଆଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାମଲଲାଙ୍କୁ ଦର୍ଶନ କରି ଏହିଠାରେ କରିବେ ରୋଡ ଶୋ

BSKY

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟା ଯିବେ । ସେଠାରେ ସେ ରାମ ମନ୍ଦିରରେ ରାମଲଲାଙ୍କର ଦର୍ଶନ ଏବଂ ପୂଜା ଅର୍ଚ୍ଚନା କରିବେ । କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲଲାଙ୍କୁ ସଂଧ୍ୟା ୭ଟାରେ ଦର୍ଶନ କରିବେ । ଏହାପରେ ସେ ଅଯୋଧ୍ୟାରେ ସୁଗ୍ରୀବ କିଲାରୁ ଲତା ମଙ୍ଗେଶକର ଚୌକ ପର୍ଯ୍ୟନ୍ତ ୨ କିମିର ରୋଡ ଶୋ କରିବେ ।

ଗତ ଚାରି ମାସରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ଦ୍ୱିତୀୟ ରୋଡ ଶୋ । ଖବର ମୁତାବକ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଦିନ ୨.୪୫ ମିନିଟରେ ଇଟାୱାରେ ପହଁଚିବେ ଏବଂ ୪ଟା ୪୫ ରେ ଧାରୁହେଡ଼ା ଯିବେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଧ୍ୟାରେ ୭ଟାରେ ଅଯୋଧ୍ୟାର ରାମ ମନ୍ଦିରରେ ଦର୍ଶନ କରିବେ ଏବଂ ପୁଣି ଫେଜାବାଦ ସଂସଦୀୟ ଅଞ୍ଚଳରେ ବିଜେପି ପ୍ରାର୍ଥୀ ଲାଲୁ ସିଂହଙ୍କ ସମର୍ଥନରେ ଦୁଇ କିଲୋମିଟରର ରୋଡ ଶୋ କରିବେ ।

ଫୈଜାବାଦରେ ୫ମ ପର୍ଯ୍ୟାୟରେ ୨୦ ମେ’ ରେ ଭୋଟ ଦିଆଯିବ । ସେହିପରି ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟ ଗସ୍ତକୁ ନେଇ ବିଜେପି ପ୍ରସ୍ତୁତି ଚଳାଇଛି । ଏହି ରୋଡ ଶୋ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ପୁଷ୍ପ ବର୍ଷା କରାଯିବ । ତେବେ ଏହା ପ୍ରଥମ ଥର ନୁହେଁ ଯେ, ପ୍ରଧାନମନ୍ତ୍ରୀ ଅଯୋଧ୍ୟରେ ରୋଡ ଶୋ କରୁଛନ୍ତି । ଏହା ପୂର୍ବରୁ ସେ ରାମନଗରୀରେ ମହର୍ଷି ବାଲ୍ମୀକ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ ପାଇଁ ପହଁଚିଥିଲେ । ଯେଉଁଠାରେ ସେ ରୋଡ ଶୋ କରିଥିଲେ ।

Get real time updates directly on you device, subscribe now.