fbpx
BSKY SKY
BSKY SKY

ପାଣି ପାଇଁ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ, ଯାତାୟାତ ପ୍ରଭାବିତ

BSKY

ମୋହନା: ପାଣି ପାଇଁ ଜାତୀୟ ରାଜପଥରେ ଆନ୍ଦୋଳନ ଜାରି ରଖିଛନ୍ତି ଗ୍ରାମବାସୀ । ଏହି ଜଳ ସମସ୍ୟା ଆର୍‌.ଉଦୟଗିରି ଥାନା ଛେଳିଗଡ଼ ଗାଁରେ ଦେଖାଦେଇଛି । ସମାଧାନ ଦାବିରେ ୩୨୬ ନମ୍ବର ଏନଏଚ ଅବରୋଧ କରିଛନ୍ତି ଲୋକେ । ତେବେ ରାସ୍ତାରେ ଗରା, ବାଲଟି ରଖି ଅବରୋଧ କରିଛନ୍ତି ଗ୍ରାମବାସୀ । ଏହି ଅନ୍ଦୋଳନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ଘଟିଛି । ଦୀର୍ଘ କିଛି ଦିନ ହେବ ଏଠାରେ ଲୋକେ ପାଣି ପିଇବାକୁ ପାଉନାହାନ୍ତି । ଗ୍ରୀଷ୍ମ ହେତୁ ନଳ କୂପ ସବୁ ଶୁଖିଯାଇଛି । ଏନେଇ ଲୋକେ ଦୈନନ୍ଦିନ ଅନେକ ଅସୁବିଧାର ଶିକାର ହେଉଛନ୍ତି । ଉଚ୍ଚ ଅଧିକାରୀ କହିବା ସତ୍ତ୍ୱେ ଏହି ସମାଧାନ ହୋଇନାହିଁ । ତେଣୁ ଏହାକୁ କେନ୍ଦ୍ର କରି ଆଜି ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ଯାତାୟାତରେ ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.