fbpx

କମ୍‌ ପାଣି ପିଇଲେ ରକ୍ତରେ ବଢିଯାଏ ସେରମ୍ ସୋଡିୟମ୍ ସ୍ତର, ଯାହା କାରଣରୁ ହୋଇପାରେ ମୃତ୍ୟୁ !

ଜଳ ହିଁ ଜୀବନ । କିନ୍ତୁ ଆମ ଦୈନନ୍ଦିନ ଜୀବନରେ ପାଣିର ଉପଯୋଗ କରିବାରେ ଅବହେଳା କରିଥାଆନ୍ତି । ତେଣୁ ଆମ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ । ସାଧାରଣତଃ ଇନଫେକ୍ସନ ହେଲେ ଡାକ୍ତରମାନେ ଅଧିକ ପାଣି ପିଇବାକୁ କହିଥାନ୍ତି । ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବାରେ ଅବହେଳା କରନ୍ତି । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ବିପଦଜ୍ଜନକ ହୋଇପାରେ ।

ମୃତ୍ୟୁ ଘଟିବାର ଆାଶଙ୍କା:-

ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥର ରିପୋର୍ଟ ଅନୁଯାୟୀ, ଯେଉଁ ଲୋକ ମାନଙ୍କର ରକ୍ତରେ ସେରମ୍ ସୋଡିୟମ୍ ଅଧିକ ଥାଏ, ସେମାନଙ୍କୁ ଗୁରୁତର ରୋଗ ହେବାର ଆଶଙ୍କା ଥାଏ । କେବଳ ଏତିକି ନୁହେଁ, ସେମାନଙ୍କ ମଧ୍ୟରେ ମୃତ୍ୟୁ ହାର ମଧ୍ୟ ଅଧିକ ହୋଇଥାଏ । ସେରମ୍ ସୋଡିୟମ୍ ସ୍ତର ବୃଦ୍ଧି ହେବାର ସବୁଠାରୁ ସାଧାରଣ କାରଣ ହେଉଛି କମ୍ ପାଣି ପିଇବା । ଅଧ୍ୟୟନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଯେଉଁମାନଙ୍କର ସୋଡିୟମ୍ ସ୍ତର ଅଧିକ ଥିଲା ଓ ସେମାନଙ୍କର ସେଲୁଲାର୍ ବୟସ ମଧ୍ୟ ଅଧିକ ଥିଲା, କିନ୍ତୁ ବାର୍ଦ୍ଧକ୍ୟର ଲକ୍ଷଣ ମଧ୍ୟ ଶୀଘ୍ର ଆସିଥିଲା । ଏଥିରୁ ପ୍ରିମାଚ୍ୟୁର ଡେଥ ଅର୍ଥାତ୍‌ ଅକାଳ ବିୟୋଗ ଘଟିବାର ସଂକେତ ବି ଦେଖିବାକୁ ମିଳିଥିଲା ।

ଶୋଷ ଲାଗିବା ପୂର୍ବରୁ ପିଅନ୍ତୁ ପାଣି :-

ଦିନକୁ ୮ ରୁ ୧୧ ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ। ଯେତେବେଳେ ଆମେ ଶୋଷି ଲାଗିଲେ ପାଣି ପିଇଥାଉ, କୋଷଗୁଡ଼ିକ ସଙ୍କୁଚିତ ହୋଇଯାଏ । ସେଥିପାଇଁ ଶୋଷ ଲାଗିବା ପୂର୍ବରୁ ସର୍ବଦା ପାଣି ପିଅନ୍ତୁ ।

ବ୍ରେନ ଫଙ୍କସନ୍‌ରେ ଫରକ ପଡ଼ିଥାଏ:-

ପ୍ରପର ନ୍ୟୁଟ୍ରିସନ୍‌ ଏବଂ ହାଇଡ୍ରେସନ୍‌ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜଳ ବ୍ୟତୀତ ଅନ୍ୟ କେତେକ କାରଣ ମଧ୍ୟ ହାଇ ସୋଡିୟମ୍ ସ୍ତର ପଛରେ ଦାୟୀ ହୋଇପାରେ । ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ବ୍ୟତୀତ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ପାଇଁ ଜଳ ମଧ୍ୟ ବହୁତ ଜରୁରୀ ।ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଡିହାଇଡ୍ରେସନ ବ୍ରେନ୍‌ ଫଙ୍କସନ ଉପରେ ଫରକ ପଡିଥାଏ।

Get real time updates directly on you device, subscribe now.