fbpx

Masked ଆଧାର କାର୍ଡ଼ କ’ଣ ? ଏଥିରେ କିପରି ପ୍ରାଇଭେଟ୍ ରଖିପାରିବେ ଡାଟା ? ଜାଣନ୍ତୁ ପୁରା ଡିଟେଲ୍ସ

ଓଡ଼ିଶା ଭାସ୍କର: ଆପଣ ସବୁୁବେଳେ ଆଧାର କାର୍ଡ଼ ହଜେଇ ଦେଉଛନ୍ତି କି ? ଆପଣଙ୍କୁ ଆଧାର କାର୍ଡ଼ ଅପବ୍ୟବହାର ହେବାର ଡର ରହୁଛି କି ? ତେବେ ଚିନ୍ତା କରନ୍ତୁ ନାହିଁ । ଅଧିକାଂଶ ସମୟରେ ଆଧାର କାର୍ଡ଼କୁ ନେଇ ସ୍କାମ୍ ପରି ଘଟଣା ସାମ୍ନାକୁ ଆସିଥାଏ । ତେଣୁ ସମୟ ସମୟରେ ସରକାର ଆଧାର କାର୍ଡ଼ର ସୁରକ୍ଷାକୁ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହିକ୍ରମରେ ସରକାରଙ୍କ ଦ୍ୱାରା ସାଧାରଣ ଲୋକଙ୍କ ପାଇଁ Masked ଆଧାର କାର୍ଡ଼ର ସୁବିଧା ପ୍ରଦାନ କରୁଛନ୍ତି । Masked ଆଧାର କାର୍ଡ଼ ମାଧ୍ୟମରେ କାର୍ଡ଼ ଧାରକ ବିନା ଆଧାର ନମ୍ବର ଶେୟାର କରି ଅନ୍ୟ ବ୍ୟକ୍ତିକୁ ସୂଚନା ପ୍ରଦାନ କରିଥାଏ ।

Masked ଆଧାର କାର୍ଡ଼ ଏବଂ ସାଧାରଣ ଆଧାର କାର୍ଡ଼ ମଧ୍ୟରେ କ’ଣ ପାର୍ଥକ୍ୟ ?

ଆଜିକାଲି ପ୍ରତ୍ୟେକ ଅଫିସିଆଲ କାର୍ଯ୍ୟ ପାଇଁ ଆଧାର କାର୍ଡ଼ ଆବଶ୍ୟକ ହୋଇଥାଏ । ବାସ୍ତବରେ ଆଧାର କାର୍ଡ଼ ହେଉଛି ପରିଚୟ ପତ୍ର ପରି । ଏହା ଦ୍ୱାରା ଆମେ ଅନେକ ସରକାରୀ ଯୋଜନା, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସୁବିଧାର ଲାଭ ଉଠାଇ ଥାଉ ।ସାଧାରଣ ଆଧାର କାର୍ଡ଼ରେ ବ୍ୟକ୍ତିର ନାଁ, ମାତା/ପିତାଙ୍କ ନାଁ, ଜନ୍ମ ତାରିଖ, ଲିଙ୍ଗ, ଆଧାର ନମ୍ବର, କୁ୍ୟ ଆର୍ କୋଡ୍, ଠିକଣା ଇତ୍ୟାଦି ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଥାଏ । ଅପରପକ୍ଷରେ Masked ଆଧାର କାର୍ଡ଼ରେ ବ୍ୟକ୍ତି ଜଣଙ୍କୁ ଆଧାର ନମ୍ବରର ଶେଷ ୪ଟି ସଂଖ୍ୟା ଦୃଶ୍ୟମାନ ହୋଇଥାଏ ଏବଂ ଅନ୍ୟ ୮ଟି ନମ୍ବର ଲୁଚି ରହିଥାଏ । ସାଧାରଣ ଆଧାର କାର୍ଡ଼ ଭଳି ଅନ୍ୟ ସୂଚନା ରହିଥାଏ । ଏହି ଗବଗ୍ଦଳରୟ ଆଧାର କାର୍ଡ଼ ବ୍ୟବହାର କରି ଆପଣ ଅନ୍ୟ ସହ ଆଧାର ନମ୍ବର ଶେୟାର ନ କରି ନିଜ ସମସ୍ତ ସୂଚନା ପ୍ରଦାନ କରିପାରିବେ ।

କେଉଁଠି ବ୍ୟବହାର କରିପାରିବେ Masked ଆଧାର କାର୍ଡ଼ ?

ହୋଟେଲ, ଏୟାରପୋର୍ଟ, ରେଳ ଯାତ୍ରା ଭଳି ଅନ୍ୟ ସ୍ଥାନରେ Masked ଆଧାର କାର୍ଡ଼ ବ୍ୟବହାର କରିପାରିବେ । ଏହା ଦ୍ୱାରା ଆଧାର କାର୍ଡ଼ ସ୍କାମ୍ ଠାରୁ ଦୂରେଇ ରହିପାରିବେ । ସୁରକ୍ଷା ଦୃଷ୍ଟିରୁ ଏହି ଆଧାର କାର୍ଡ଼ ବ୍ୟବହାର କରିବା ଉତ୍ତମ ଅଟେ ।

କିପରି ଡାଉନଲୋଡ୍ କରିବେ Masked ଆଧାର କାର୍ଡ଼ ?

୧. ପ୍ରଥମେ UIDAI ୱେବସାଇଟକୁ ଯାଆନ୍ତୁ ।

୨. ଏହା ପରେ ‘ଡାଉନଲୋଡ୍ ଆଧାର’ ବିକଳ୍ପ ଚୟନ କରନ୍ତୁ ।

୩. ଏହା ପରେ Aadhar/ VID/Enrolment ID ଚୟନ କରନ୍ତୁ ।

୪. Maskedଆଧାର ବିକଳ୍ପ ଚୟନ କରନ୍ତୁ ।

୫. ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବରରେ ଆସିଥିବା ଓଟିପି ପ୍ରଦାନ କରନ୍ତୁ ।

୬. ଏହା ପରେ Masked ଆଧାର କାର୍ଡ଼ ଡାଉନଲୋଡ୍ ହୋଇଯିବ ।

Get real time updates directly on you device, subscribe now.