fbpx

T-20 WCରୁ ବାଦ୍ ପଡ଼ିବେ ହାର୍ଦ୍ଦିକ ପାଣ୍ଡ୍ୟା? ରାହୁଲଙ୍କୁ ବି ସୁଯୋଗ ଦେଇ ନପାରେ ବୋର୍ଡ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆସନ୍ତା ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଅପେକ୍ଷା କରି ରହିଛନ୍ତି ସମସ୍ତ କ୍ରିକେଟପ୍ରେମୀ । ତେବେ ମେ’୧ ତାରିଖ ସୁଦ୍ଧା ସମସ୍ତ ଦେଶକୁ ନିଜ ଦଳ ଘୋଷଣା କରିବାର ଶେଷ ତାରିଖ ଦିଆଯାଇଛି । ତେବେ ବିଶ୍ୱକପ ପାଇଁ ଭାରତୀୟ ଦଳ ଉପରେ ରହିଛି ସମସ୍ତଙ୍କ ନଜର । କାରଣ ଏଥର ମଧ୍ୟ ବିଶ୍ୱକପ ଜିତିବା ପାଇଁ ଭାରତ ପ୍ରଥମ ଦାବିଦାର ପାଲଟିଛି । ତେବେ ଟିମ ଇଣ୍ଡିଆ ପାଇଁ ପ୍ରାୟ ୧୦ ଜଣଙ୍କ ନାମ ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି । ତେଣୁ ବର୍ତ୍ତମାନ ମାତ୍ର ଦଳରେ ମାତ୍ର ୫ଟି ସ୍ଥାନ ପାଇଁ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏବେ ଶୁଣିବାକୁ ମିଳୁଛି ଯେ, ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ ରାହୁଲ ବିଶ୍ୱକପ ଦଳରୁ ବାଦ୍ ପଡ଼ିପାରନ୍ତି ।

ଟିମ ମିଟିଙ୍ଗ ସମୟରେ ଆଇପିଏଲ-୨୦୨୪ ର ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ କହିଛନ୍ତି ଯେ ଆଇପିଏଲ ପ୍ରଦର୍ଶନ ଆଧାରରେ ବିଶ୍ୱକପ ପାଇଁ ଦଳ ଚୟନ କରାଯିବ। ଟିମ ଇଣ୍ଡିଆର ଅଧିକାଂଶ ଖେଳାଳି ଆଗାମୀ ଟି -୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି କରିବାର ବିଶେଷ ସୁଯୋଗ ପାଇନାହାଁନ୍ତି। ତେଣୁ ସେମାନଙ୍କ ପାଇଁ ଆଇପିଏଲର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ଛି ବୋଲି ସ୍ୱୀକାର କରିଛନ୍ତି ଦ୍ରାବିଡ । ତେବେ ବିଶ୍ୱକପ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସର ଅଧିନାୟକ କେ.ଏଲ ରାହୁଲଙ୍କ ପାଇଁ ବିଶ୍ୱକପ ଟିକେଟ ମିଳି ନପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଚଳିତ ଆଇପିଏଲରେ ଉଭୟ ଖେଳାଳିଙ୍କ ପ୍ରଦର୍ଶନ ସନ୍ତୋଷଜନକ ନାହିଁ । ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲ ଏବଂ ହାର୍ଦ୍ଦିକ ଖୁବ ଧିମା ବ୍ୟାଟିଂ କରିଛନ୍ତି । ତେଣୁ ବିଶ୍ୱପରେ ତାଙ୍କୁ ସୁଯୋଗ ମିଳିବା କଷ୍ଟକର ହୋଇପାରେ ।

ଚଳିତ ଆଇପିଏଲ୍ ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟା ୭ ଇନିଂସରେ ମାତ୍ର ୧୪୧ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା କେବଳ ବ୍ୟାଟିଂରେ ଫ୍ଲପ ହୋଇନାହାଁନ୍ତି, ବୋଲିଂ ବିଭାଗରେ ମଧ୍ୟ ତାଙ୍କର ପ୍ରଦର୍ଶନ ମଧ୍ୟ ଖରାପ ରହିଛି। ତେବେ ଟିମ ଇଣ୍ଡିଆରେ ସେ ଉପ-ଅଧିନାୟକ ଭାବରେ ଥିବା ବେଳେ ତାଙ୍କ ଚୟନ ନେଇ ଏବେ ପ୍ରଶ୍ନ ଉଠିଛି । ବର୍ତ୍ତମାନର ଆଇପିଏଲରେ ୧୧ ଇକୋନୋମୀରେ ହାର୍ଦ୍ଦିକ ମାତ୍ର ୪ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ତେବେ ୱିକେଟବ୍ୟାଟର କେ.ଏଲ୍ ରାହୁଲ ୧୪୩ ର ଷ୍ଟ୍ରାଇକ୍ ହାରରେ ସାତୋଟି ମ୍ୟାଚରେ ୨୮୬ ରନ୍ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.