fbpx

PMSBY Deadline: ଅସଂଗଠିତ ଶ୍ରମିକଙ୍କୁ ମିଳିବ ଆଶ୍ୱସ୍ତି, ଏହି ସ୍କିମର ବଢିପାରେ ଡେଡଲାଇନ

ନୂଆଦିଲ୍ଲୀ: ଅସଂଗଠିତ ସେକ୍ଟରର କୋଟି କୋଟି ଶ୍ରମିକଙ୍କୁ ସରକାର ଏକ ବଡ଼ ଆଶ୍ୱସ୍ତି ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି । ଖବର ମୁତାବକ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଆରମ୍ଭ କରାଯାଇଥିବା ସୁରକ୍ଷା ବୀମା ଯୋଜନା ଅନୁଯାୟୀ, କ୍ଲେମ କରିବାର ଡେଡଲାଇନକୁ ବଢାଯାଇପାରେ ।

ବିଜନେସ ସୂତ୍ରରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ମୁତାବକ ଲାଇଫ ଇନସ୍ୟୁରାନ୍ସ ବା ଆକ୍ସିଡେଣ୍ଟ ଇନସ୍ୟୁରାନ୍ସର କ୍ଲେମ କରିବା ଲାଗି ଡେଡଲାଇନକୁ ବଢାଯିବା ନେଇ କାର୍ଯ୍ୟ ଚାଲିଛି । ଯଦି ଏପରି ହୁଏ ତେବେ ଏଥିରେ ଅସଂଗଠିତ କ୍ଷେତ୍ରର କୋଟି କୋଟି ଶ୍ରମିକଙ୍କୁ ଲାଭ ମିଳିବା ସହ ତାଙ୍କୁ ବୀମା କଭରେଜର ମଧ୍ୟ ଭଲ ଲାଭ ମିଳିପାରେ ।

ଶ୍ରମ ମନ୍ତ୍ରଣାଳୟ ଗତ ବର୍ଷ ଅଗଷ୍ଟ ମାସରେ ଏକ ସୁବିଧା ଆରମ୍ଭ କରିଥିଲେ । ଏହା ଅନୁଯାୟୀ, ସୋସିଆଲ ସିକ୍ୟୁରିଟୀ ପୋର୍ଟାଲ ଇ-ଶ୍ରମ ଉପରେ ଅଗଷ୍ଟ ୨୦୨୧ରେ ଡାଟାବେସର ଆରମ୍ଭକୁ ନେଇ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପଞ୍ଜିକୃତ ଅସଂଗଠିତ କ୍ଷେତ୍ରର ଶ୍ରମିକ କ୍ଲେମ ଫାଇଲ କରିପାରୁଥିଲେ ଏବଂ ଇନସ୍ୟୁରାନ୍ସ କଭରର ଲାଭ ଉଠାଇପାରୁଥିଲେ । ଗାଇଡଲାଇନ ଅନୁସାରେ, ଲାଭ କେବଳ ସେହି ମାମଲାରେ ମିଳିପାରୁଥିଲା, ଯେଉଁଥିରେ ସମ୍ବନ୍ଧିତ ଘଟଣା ଅଗଷ୍ଟ ୨୦୨୧ରେ ଇ-ଶ୍ରମରେ ପଞ୍ଜିକରଣ ପରେ ଏବଂ ମାର୍ଚ୍ଚ ୨୦୨୨ ପ୍ରର୍ବରୁ ଘଟିଥିଲା । ଏହା ବ୍ୟତୀତ କ୍ଲେମ ଫାଇଲ କରିବା ଲାଗି ଡେଡଲାଇନ ଗତ ମାସରେ ସମାପ୍ତ ହୋଇଯାଇଛି ।

Get real time updates directly on you device, subscribe now.