fbpx

ଆଜି ନବୀନ ଆଉ ନଡ୍ଡା ମୁହାଁ ମୁହିଁ , ନଡ୍ଡାଙ୍କ ଗସ୍ତ ଆଣିବ କି ରାଜ୍ୟ ବିଜେପିରେ ପରିବର୍ତ୍ତନ

ଭୁବନେଶ୍ୱର: ରାଜଧାନୀ ଆଜି ସବୁଜ,ଧଳା,ନାରଙ୍ଗୀ ରଙ୍ଗରେ ସଜେଇ ହୋଇଛି । ବରମୁଣ୍ଡା ଠାରୁ ଆରମ୍ଭ କରି ଏୟାରାପୋର୍ଟ ପର୍ଯ୍ୟନ୍ତ ସବୁ ଅ।।ଡେ ବ୍ୟାନର ଛାଇ ଯାଇଛି । କାରଣ ଆଜି ବିଜେଡି ଏବଂ ବିଜେପିର ଦୁଇଟି ପୃଥକ ପୃଥକ କାର୍ଯ୍ୟକ୍ରମ ରହିଛି। ତେବେ ଏହା କିଛି ସାଧାରଣ କଥା ନୁହେଁ କାରଣ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱର ଆସୁଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ଆଜି ଠାରୁ ଦୁଇ ଦିନିଆ ପ୍ରସ୍ତୁତି ବୈଠକ ଆରମ୍ଭ କରିବାକୁ ଯାଉଛି । ଭୁବନେଶ୍ୱର ବରମୁଣ୍ଡା ଠାରେ ବିଜେଡିର ପ୍ରସ୍ତୁତି ବୈଠକ ହେବ କାରଣ ଅକ୍ଟୋବର ୨ ଠାରୁ ବିଜେଡି ତାର ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି । ତେଣୁ ଯାହା ଆଶା କରାଯାଉଛି ଏହି ବୈଠକରେ ସେନେଇ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେବାକୁ ଯାଉଛି ।

ବିଜେଡି ଗଡ ବୁଲି ଆସୁଛନ୍ତି ବିଜେପି କମାଣ୍ଡ: ଓଡିଶା ବିଜେଡିର ଗଡ । ଏଠାକାର ପାଣି ଆଉ ପବନ ମଧ୍ୟ ବିଜେଡିର ନାମ ଉଚ୍ଚାରଣ କରେ ତେବେ ଏଭଳି ସ୍ଥାନରେ ବିଜେଡି ତାର ସ୍ଥିତିକୁ ମଜବୁତ କରିବା ପାଇଁ ନାହିଁ ନଥିବା ଉଦ୍ୟମ କରୁଛି । କିଭଳି ଭାବରେ ସେ ସତ୍ତାରେ ଥିବା ସରକାରକୁ ହରାଇବ ତାହା ପାଇଁ କେନ୍ଦ୍ରୀୟ ଟେକନିକ ଆପଲ୍ୟାୟ କରୁଛି । କିନ୍ତୁ ବିଜେଡିକୁ ସାଧାଣରେ ନେବା ଆଦୌ ଉଚିତ ନୁହେଁ । ନଡ୍ଡାକୁ ଟକ୍କର ଦେବା ପାଇଁ ବିଜେଡି କାର୍ଯ୍ୟକ୍ରମ କରୁଛି ଆଉ ବିଜେଡି ଭଲଭାବରେ ଜାଣିଛି ଓଡିଶାବାସୀ କାହାକୁ ସମର୍ଥନ କରିବେ । ସେଥିପାଇଁ ତ ମୁଖ୍ୟମନ୍ତ୍ରୀଙ୍କ କୌଣସି କାର୍ଯ୍ୟକ୍ରମ ହେଲା ମାତ୍ରେ ରାଜଧାନୀରେ ଅଖ ଚକ ଜାମ ହେଲା ଭଳି ଭିଡ ହୋଇ ଯାଏ । ନିକଟରେ ଯେତେବେଳେ ନବୀନ ପଟ୍ଟନାୟକ ଜୀବନ ବ୍ୟାପି ସାଧନା ସମ୍ମାନରେ ସମ୍ମାନୀତ ହୋଇଥିଲେ କିଛି ଏହି ଭଳି ଚିତ୍ର ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ଯେପରି ଜନସମୁଦ୍ରରେ ପରିଣତ ହୋଇଥିଲା । ଗୋଟିଏ ଡାକରାରେ ପୁର ପଲ୍ଲୀରୁ ଲୋକ ଧାଇଁ ଆସିଥିଲେ ଆଉ ସାରା ରାଜଧାନୀ ନବୀନ ନବୀନ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ।

ତେବେ ଓଡିଶାରେ ବିଜେଡି କେତେ ଶକ୍ତିଶାଳୀ ଆପଣ ଜାଣିଥିବେ । ରହିଲା ବିଜେଡି ଗଡରେ ପଦ୍ମ ଫୁଟାଇବା କଥା ତାହାତ ଅସମ୍ଭବ କିନ୍ତୁ ବିଜେପି ଏଥର ପ୍ରତିଜ୍ଞା କରିଛି ବିଜେଡିକୁ ମାତ ଦେବ ଆଉ ସରକାର ଗଢ଼ିବ । ସେଥିପାଇଁ ତ କେନ୍ଦ୍ର ମନ୍ତ୍ରୀ ମାନେ ଓଡିଶା ଗସ୍ତରେ ଆସି ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ କରି କୁମ୍ଭକର୍ଣ୍ଣ ନିଦରେ ଶୋଇ ରହିଥିବା ବିଜେପିକୁ ଉଠାଇବାକୁ ପ୍ରୟାସ ଆରମ୍ଭ କରିଛି । ଆଉ ରିର୍ପୋଟ ହାଇକମାଣ୍ଡକୁ ଜଣାଉଛନ୍ତି । ତେବେ ବିଜେଡି ବିଜେପି ଏକ ବୋଲି କହୁଥିବା ବିରୋଧୀ ମାନେ ଆଜିର ପ୍ରସ୍ତୁତି ଦେଖି ଜାଣି ପାରୁଥିବେ ଯେ ବାସ୍ତବରେ ଏହି ଦୁଇ ଦଳ ମଧ୍ୟରେ ସୁସର୍ମ୍ପକ ନୁହେଁ ବରଂ ପରସ୍ପରକୁ କିଭଳି ପରାଜୟର ଧୂଳି ଚଖାଇବେ ତାହାର ନିଶା ଘାରିଛି । ବାସ ଦେଖିବା ବାକି ରହିଲା ନଡ୍ଡାଙ୍କ ଆସିବା, ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା, ଦଳୀୟ କର୍ମଚାରୀ ମାନଙ୍କ ମନୋବଳ ବଢ଼ାଇବାରେ କେତେ ସହାୟକ ହୋଇ ପାରୁଛି । ଆଉ ଦଳ ବିଜେଡି ର ଦୁର୍ଗ ଭାଙ୍ଗିବାରେ କେତେ ଦୂର ସଫଳ ହୋଇ ପାରୁଛି ।

Get real time updates directly on you device, subscribe now.