fbpx

ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେଡି ବିଜୟୀ

ରାୟଗଡ,୧୯ ।୨(ଓଡିଶା ଭାସ୍କର): ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ବିଜୟୀ ହୋଇଛି । ୭ ସଦସ୍ୟ ଥାଇ ମଧ୍ୟ ଅନ୍ୟ ଦଳର ସମର୍ଥନ ବିଜେଡିକୁ ସୁହାଇଲା । ମୋଟ ୧୩ ସଦସ୍ୟଙ୍କ ସମର୍ଥନ ପାଇ ଅଧ୍ୟକ୍ଷ ପଦ ନିର୍ବାଚନରେ ବାଜିମାରିଲା ବିଜେଡି । ୧୯ ଜଣଙ୍କ ମଧ୍ୟରୁ ବିଜେଡିର ଗଙ୍ଗାଧର ପୁଆଲାଙ୍କ ସପକ୍ଷରେ ୧୩ ସଦସ୍ୟ ରହିଛନ୍ତି । ହ୍ୱିପ ଅମାନ୍ୟ କରି ବିଜେପିର ୨ ଜଣ ସଭ୍ୟ ବିଜେଡିକୁ ଭୋଟ ଦେଲେ । କଂଗ୍ରେସରୁ ୪ ଜଣ ସଦସ୍ୟ ମଧ୍ୟ ବିଜେଡିକୁ ଭୋଟ ଦେଇଥିବା ସୂଚନା ମିଳିଛି । ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ କଂଗ୍ରେସ ହାତରେ ଥିଲା । ତେବେ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ଏହି ପଦବୀ ।

Get real time updates directly on you device, subscribe now.