fbpx

ବିଜେଡିର ବିପୁଳ ବିଜୟ, ଜାଣନ୍ତୁ କେତେ ଆସନରେ ବାଜିମାତ୍?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେଡି । ଘୋଷିତ ୮୨୯ ଜୋନରୁ ୭୪୩ଟିରେ ବିଜେଡି ବିଜୟୀ ହୋଇଛି । ବିଜେପି ୪୨ ଓ କଂଗ୍ରେସ ୩୭ଟି ଜୋନରେ ବିଜୟୀ ହୋଇଛି । ସ୍ୱାଧୀନ ୩ ଓ ଅନ୍ୟାନ୍ୟ ଦଳ ସପକ୍ଷରେ ଯାଇଛି ୪ ଜୋନ ।

ଅନ୍ୟପଟେ କଣ୍ଟାବାଞ୍ଜିରେ ପୁନଃ ଭୋଟ ଗଣତି ଦାବିରେ ଏନଏଚ ଅବରୋଧ ହୋଇଛି । ଗୋଲେଇ ଛକ ଏନଏଚ ୫୯ ଅବରୋଧ କରିଛନ୍ତି ଗ୍ରାମବାସୀ । ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତବାସୀ ଏନଏଚ ଅବରୋଧ କରିଛନ୍ତି । ଭୋଟ ଗଣତିରେ ହେରଫେର ଅଭିଯୋଗରେ କାଲି ରାତିରୁ ଉତ୍ତେଜନା ଆରମ୍ଭ ହୋଇଛି । କାଲି ବ୍ଲକ ଅଫିସ ଘେରାଉ କରିବା ପରେ ଆଜି ଏନଏଚ ଅବରୋଧ କରିଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.