fbpx

ଲୋକସଭା ନିର୍ବାଚନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ପୂର୍ବରୁ ବିଜେପି ଏକାଧିକ ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଜି ପୁଣି ପ୍ରାର୍ଥୀଙ୍କର ଏକ ଲିଷ୍ଟ ଜାରି କରିଛି । ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି ।

ଚଣ୍ଡିଗଡ଼ ଆସନରୁ କିରଣ ଖେରଙ୍କ ଟିକେଟ କାଟି ଦଳ ସଞ୍ଜୟ ଟଣ୍ଡନଙ୍କୁ ପ୍ରାର୍ଥୀ କରିଛି । ପଶ୍ଚିମବଙ୍ଗର ଆସନସୋଲ ଆସନରୁ ଏସଏସ ଅହଲୁୱାଲିଙ୍କୁ ପ୍ରାର୍ଥୀ କରାଯାଇଛି । ଉତ୍ତରପ୍ରଦେଶର ବାଲିଆ ଆସନ ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁତ୍ର ନିରଜ ଶେଖରଙ୍କୁ ଟିକେଟ ଦିଆଯାଇଛି । ଗାଜିପୁର ଆସନ ପାଇଁ ମୁଖତାର ଅନସାରୀଙ୍କ ଭାଇ ଓ ସପା ଆଶାୟୀ ଅଫଜାଲ ଅନସାରୀଙ୍କ ବିପକ୍ଷରେ ପାରସନାଥ ରାୟଙ୍କୁ ଟିକେଟ ଦିଆଯାଇଛି । ଫୁଲପୁରରୁ ପ୍ରବୀଣ ପଟେଲ, ଆହ୍ଲାବାଦରୁ ନିରଜ ତ୍ରିପାଠୀ ଓ ମଛଲିସହରରୁ ବିପି ସରୋଜଙ୍କୁ ଟିକେଟ ଦିଆଯାଇଛି ।

Get real time updates directly on you device, subscribe now.