fbpx

PAK vs NZ: ଦଳ ସିଲେକ୍ସନକୁ ନେଇ କ୍ରୋଧିତ ହେଲେ ପାକିସ୍ତାନର ପୂର୍ବତନ ଅଧିନାୟକ, ‘ଏକ୍ସ’ରେ ଲେଖିଲେ ଏପରି ପୋଷ୍ଟ…

ଇସଲାମାବାଦ: ଆସନ୍ତା ଜୁନରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ । ଚଳିତ ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଆୟୋଜକ ରହିଥିବା ବେଳେ ସମସ୍ତ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ନୁ୍ୟଜିଲାଣ୍ଡ ବିପକ୍ଷ ଖେଳାଯିବାକୁ ଥିବା ୫ଟି ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ଼(ପିସିବି) ଏହାର ଦଳ ଘୋଷଣା କରିଛି । ଏନେଇ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅପରପକ୍ଷରେ ପିସିବି ପକ୍ଷରୁ ଦଳ ଘୋଷଣା ହେବା ପରେ ଏଥିରେ ବଡ଼ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ପାକିସ୍ତାନର ପୂର୍ବତନ ଅଧିନାୟକ ମୋହମ୍ମଦ ହାଫିଜ୍ ଏଭଳି ଘୋଷଣାରୁ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ଏନେଇ ସେ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କହିରଖୁଛୁ ମ୍ୟାଚ୍ ଫିକ୍ସିଂ ମାମଲାରେ ଦଣ୍ଡିତ ହୋଇଥିବା ଦୃତ ବୋଲର ମୋହମ୍ମଦ ଆମୀରଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ଇମାଦ ୱାସିମଙ୍କୁ ମଧ୍ୟ ଚୟନ କରାଯାଇଛି । ଏହି ଦୁଇ ଖେଳାଳି କ୍ରିକେଟରୁ ଅବସର ନେଇଥିଲେ । ବର୍ତ୍ତମାନ ଉଭୟ ସେମାନଙ୍କ ସନ୍ୟାସ ନେବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି । ପାକିସ୍ତାନର ଏହି ୧୭ ଜଣିଆ ଦଳରେ ୨ ଅବସରପ୍ରାପ୍ତ ଖେଳାଳିଙ୍କ ନାଁ ସାମିଲ ରହିଥିବାରୁ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ମୋହମ୍ମଦ ହାଫିଜ୍ । ଏନେଇ ସେ ପିସିବିକୁ ଟାର୍ଗେଟ କରି ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘୰ଜଓଚ ପାକିସ୍ତାନୀ ଡେମୋକ୍ରାଟିକ୍ କ୍ରିକେଟ’ । ଏହା ବାର୍ତ୍ତା ଦେଉଛି ଯେ ପିସିବିର ଏଭଳି ନିଷ୍ପତ୍ତି ଘରୋଇ କ୍ରିକେଟକୁ କ୍ଷତି ପହଞ୍ଚାଉଛି । ବାସ୍ତେବରେ ଯୁବ ଘରୋଇ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ପିସିବି ପାଖରେ ଭଲ ସୁଯୋଗ ଥିଲା । କିନ୍ତୁ ଏହା ପରିବର୍ତ୍ତେ ପିସିବି ଆବସରପ୍ରାପ୍ତ ଖେଳାଳିଙ୍କୁ ସୁଯୋଗ ଦେଇଛି । ତେବେ ହାଫିଜଙ୍କ ଏଭଳି ପୋଷ୍ଟକୁ ନେଇ ଅନେକ ଲୋକମାନେ ସମର୍ଥନ କରିଛନ୍ତି ।

 

Get real time updates directly on you device, subscribe now.