fbpx
BSKY
BJD MC SKY
BJD MS SKY

ICCର ନିୟମ କହୁଛି… ଟି-୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା ପରେ ବି ପ୍ରତ୍ୟେକ ଟିମ୍ ନିଜର ସ୍କ୍ୱାଡ୍ ପରିବର୍ତ୍ତନ କରିପାରିବେ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାଗ ନେବାକୁ ଥିବା ୨୦ଟି ଟିମ ମଧ୍ୟରୁ ୪ଟି ଟିମ୍ ସେମାନଙ୍କର ସ୍କ୍ୱାଡ୍ ଘୋଷଣା କରିସାରିଛନ୍ତି । ଭାରତ ମଧ୍ୟ ତା’ର ୧୫ ଜଣିଆ ଦଳ ଘୋଷଣା କରିସାରିଥିବା ବେଳେ ଶୁବମନ ଗିଲ, ରିଙ୍କୁ ସିଂହ, ଖଲିଲ ଅହମଦ ଓ ଆବେଶ ଖାନ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ତେବେ ଚୟନକର୍ତ୍ତାଙ୍କ ଏହି ଟିମ୍ ଘୋଷଣା ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିଛି ଖେଳାଳି ସ୍ଥାନ ପାଇବା ଓ ଆଉ କିଛି ଖେଳାଳି ବାଦ୍ ପଡ଼ିବାକୁ ନେଇ ଏବେ ସେମାନଙ୍କର ପ୍ରଶଂସକଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳିଛି ।

ରୋହିତ ଶର୍ମାଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ହୋଇଛନ୍ତି । ଏଥିସହିତ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ଯଶପ୍ରୀତ ବୁମ୍ରାଙ୍କୁ ସ୍ଥାନ ମିଳିଥିବା ବେଳେ ବିଶ୍ୱକପ ଖେଳିବାର ଦାବିଦାର ଥିବା ୫ ଜଣ ଖେଳାଳି ବାଦ୍ ପଡ଼ିଛନ୍ତି । କେଏଲ ରାହୁଲ, ମୟଙ୍କର ଯାଦବ ଓ ରବି ବିଷ୍ଣୋଇଙ୍କୁ ଦଳରେ ସ୍ଥାନ ମିଳିନଥିବା ବେଳେ ରିଙ୍କୁ ସିଂହ ଓ ଶୁବମନ ଗିଲ ୧୫ ଜଣିଆ ଟିମରେ ସ୍ଥାନ ପାଇ ପାରି ନାହାନ୍ତି ।

ତେବେ ଯଦି କୌଣସି ଟିମ୍ ଚାହିଁବ ତେବେ ନିଜର ସ୍କ୍ୱାଡକୁ ପରବର୍ତ୍ତନ କରିପାରିବ । ଏଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର କିଛି ନିୟମ ରହିଛି । ନିଜ ନିଜର ସ୍କ୍ୱାଡ ଘୋଷଣା ପାଇଁ ଆଇସିସି ମେ ୧ ତାରିଖ ସମୟ ଦେଇଥିଲା । ଆଇସିସିର ନିୟମ ମୁତାବକ, ସମସ୍ତ ଟିମ୍ ମେ ୨୫ ତାରିଖ ପର୍ଯ୍ୟନ୍ତ ନିଜ ଟିମରେ ପରିବର୍ତ୍ତନ କରିପାରିବେ । ଏଥିପାଇଁ ସେମାନଙ୍କୁ ଆଇସିସି ଠାରୁ ମଞ୍ଜୁରୀ ନେବାକୁ ପଡ଼ିବ ନାହିଁ । ମାତ୍ର ମେ ୨୫ ପରେ ପରିବର୍ତ୍ତନ କରିବା ପାଇଁ ସମସ୍ତ ଟିମକୁ ଆଇସିସି ଠାରୁ ଅନୁମତି ନେବାକୁ ପଡ଼ିବ ।

ଗତ ୨୦୨୩ ଦିନିକିଆ ବିଶ୍ୱକପ ସମୟରେ ଟିମ୍ ଇଣ୍ଡିଆ ନିଜର ସ୍କ୍ୱାଡ ଘୋଷଣା ପରେ ମଧ୍ୟ ନିଜ ଟିମ୍ ପରିବର୍ତ୍ତନ କରିଥିଲା । ଟିମ୍ ଘୋଷଣା ପରେ ଅକ୍ଷର ପଟେଲ ସ୍କ୍ୱାଡରେ ସାମିଲ ଥିଲେ । ଏହାପରେ ସେ ଆହତ ହୋଇଥିଲେ । ଏପରି ସ୍ଥିତିରେ ରବିଚନ୍ଦ୍ରନ ଅଶ୍ୱିନଙ୍କର ଟିମରେ ଏଣ୍ଟ୍ରି ହୋଇଥିଲା ଓ ସେ ବିଶ୍ୱକପ ଖେଳିଥିଲେ । ଜଣେ ଖେଳାଳି କେତେବେଳେ ଆହତ ହେବ, କାହାର କିଛି ବ୍ୟକ୍ତିଗତ ସମସ୍ୟା ଆସିବ ତାହା କହିବା ଅସମ୍ଭବ । ତେଣୁ ଏପରି ସ୍ଥିତିରେ ଟିମରେ ନୂଆ ଖେଳାଳିଙ୍କର ଏଣ୍ଟ୍ରି ହୋଇପାରେ ।

Get real time updates directly on you device, subscribe now.