fbpx
BSKY
BJD MC SKY
BJD MS SKY

୩ୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୧୦ ଜଣ ଧନୀ ପ୍ରାର୍ଥୀଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ପଲ୍ଲବୀ ଶ୍ରୀନିବାସ, ଜାଣନ୍ତୁ ତାଲିକାରେ କିଏ କିଏ ଅଛନ୍ତି ସାମିଲ ?

ନୂଆଦିଲ୍ଲୀ: ନିର୍ବାଚନକୁ ନେଇ ଚଳଚଞ୍ଚଳ ପଲ୍ଲୀରୁ ସହର । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜମୁଛି ପ୍ରଚାର କାର୍ଯ୍ୟ । ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ୯୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟରେ ୧୩୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ADR ରିପୋର୍ଟ ଅନୁଯାୟୀ ୩ୟ ପର୍ଯ୍ୟାୟ ମତଦାନ ପାଇଁ ମୋଟ୍ ୧୩୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୪୪ ଜଣ ପ୍ରାର୍ଥୀ ଅର୍ଥାତ ୧୮ ପ୍ରତିଶତ ଏପରି ଅଛନ୍ତି ଯେଉଁମାନଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି । ଅପରପକ୍ଷରେ ୩୯୨ ଅର୍ଥାତ ୨୯ ପ୍ରତିଶତ ପ୍ରାର୍ଥୀ ଏପରି ଅଛନ୍ତି ଯେଉଁମାନେ ଧନୀ ଅଟନ୍ତି । ସେମାନଙ୍କ ମୋଟ୍ ସମ୍ପତ୍ତି ୫ କୋଟିରୁ ଉର୍ଦ୍ଧ୍ୱର୍ ଅଟେ । ଏହି କ୍ରମରେ ଜେଡିୟୁର ୩, ଶିବସେନା ୟୁବିଟିର ୫, ଆରଜେଡିର ୩, ଶିବସେନାର ୨, ଏନସିପିର ୩, ବିଜେପିର ୮୨, କଂଗ୍ରେସର ୬୮, ‘ସପା’ର ୧୦ ଏବଂ ଟିଏମସିର ୬ ଜଣ ପ୍ରାର୍ଥୀ କୋଟିପତି ଅଟନ୍ତି । ତେବେ ଆସନ୍ତୁ ଜାଣିବା ଶୀର୍ଷ ୧୦ ଜଣ ପ୍ରାର୍ଥୀଙ୍କ ବିଷୟରେ ।

୧. କୋଟିପତି ପ୍ରାର୍ଥୀ ତାଲିକାରେ ସବୁଠାରୁ ଶୀର୍ଷରେ ଅଛନ୍ତି ଦକ୍ଷିଣ ଗୋଆର ବିଜେପି ପ୍ରାର୍ଥୀ ପଲ୍ଲବୀ ଶ୍ରୀନିବାସ ଡିମ୍ପୋ । ତାଙ୍କର ମୋଟ୍ ସମ୍ପତ୍ତି ୧୩୬୧ କୋଟି ଟଙ୍କା ।

୨. ଦ୍ୱିତୀୟରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିଆର୍ଦିତ୍ୟ ଏମ୍ ସିନ୍ଧିଆ । ତାଙ୍କ ମୋଟ୍ ସମ୍ପତ୍ତି ୪୨୪ କୋଟି ଟଙ୍କା । ସେ ବିଜେପି ଟିକେଟରେ ମଧ୍ୟପ୍ରଦେଶର ଗୁନା ଆସନରୁ ପ୍ରତିଦ୍ୱନ୍ଦିତା କରିବେ ।

୩. ତୃତୟରେ ଅଛନ୍ତି ଛତ୍ରପତି ଶାହୁ ମହାରାଜ । ସେ ମୋଟ୍ ୩୪୨ କୋଟି ଟଙ୍କା ସମ୍ପତ୍ତିର ମାଲିକ । ଛତ୍ରପତି କଂଗ୍ରେସ ଟିକେଟରୁ କୋହ୍ଲାପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

୪. କର୍ଣ୍ଣାଟକର ଦାୱଣଗେରେ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ଡା. ପ୍ରଭା ମଲ୍ଲିକାର୍ଜୁନ । ତାଙ୍କ ମୋଟ୍ ସମ୍ପତ୍ତି ୨୪୧ କୋଟି ଟଙ୍କା ।

୫. ପଞ୍ଚମ ସ୍ଥାନରେ ଅଛନ୍ତି ଛତ୍ରପତି ଉଦୟନରାଜେ ଭୋସଲେ । ସେ ମୋଟ୍ ୨୨୩ କୋଟି ଟଙ୍କା ସମ୍ପତ୍ତିର ମାଲିକ । ମହାରାଷ୍ଟ୍ରର ସତାରା ଲୋକସଭା ଆସନରୁ ସେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

୬. ରଜୀତ ସିଂହ ନିମ୍ବଲକର: ମହାରାଷ୍ଟ୍ରର ମାଧା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ । ତାଙ୍କ ପାଖରେ ମୋଟ୍ ୨୦୫ କୋଟି ଟଙ୍କାର ସମ୍ପତ୍ତି ରହିଛି ।

୭. ପ୍ରବୀଣ ସିଂହ ଏରୋନ୍‌: ମଧ୍ୟପ୍ରଦେଶର ବରେଲି ଆସନରୁ ପ୍ରବୀଣ ସପା ଟିକେଟରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେ ମୋଟ୍ ୧୮୨ କୋଟି ଟଙ୍କା ସମ୍ପତ୍ତିର ମାଲିକ ।

୮. ଅଷ୍ଟମ ସ୍ଥାନରେ ଅଛନ୍ତି ସୁପ୍ରିଆ ସୁଲେ । ତାଙ୍କ ପାଖରେ ମୋଟ୍ ୧୬୬ କୋଟି ସମ୍ପତ୍ତି ରହିଛି । ସେ ଏନସିପି ଟିକେଟରୁ ମହାରାଷ୍ଟ୍ରର ବାରାମତି ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

୯. ବଦ୍‌ରୁଦ୍ଦିନ ଅଜମଲ୍‌: AIUDFଟିକେଟରୁ ଆସାମର ଧୁବରି ଆସନରୁ ନିର୍ବାଚନ ଲଢ଼ୁଛନ୍ତି ଅଜମଲ୍ । ତାଙ୍କ ପାଖରେ ମୋଟ୍ ୧୫୫ କୋଟି ଟଙ୍କା ସମ୍ପତ୍ତି ରହିଛି ।

୧୦. ପୁନମବେନ୍ ହେମତ୍‌ଭାଇ ମାଡମ୍‌: ଗୁଜରାଟ ଜାମନଗର ଆସନରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ପୁନମବେନ୍ । ତାଙ୍କ ପାଖରେ ମୋଟ୍ ୧୪୭ କୋଟି ଟଙ୍କାର ସମ୍ପତ୍ତି ରହିଛି ।

Get real time updates directly on you device, subscribe now.