fbpx
BSKY
BJD MC SKY
BJD MS SKY

କାହିଁକି ମେ’ ୧ରେ ପାଳନ କରାଯାଏ ଶ୍ରମିକ ଦିବସ, ଜାଣନ୍ତୁ ଏହାର ମହତ୍ତ୍ୱ

ଓଡ଼ିଶା ଭାସ୍କର: ସାରା ଦୁନିଆରେ ୧ମେ ରେ ପାଳନ ହୁଏ ଶ୍ରମିକ ଦିବସ । ଏହି ଦିନ ଶ୍ରମିକଙ୍କ ପାଇଁ ଖାସ ହୋଇଥାଏ । ଆଜିର ଦିନ ଶ୍ରମିକଙ୍କ ଅଧିକାର, ତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ପାଳନ କରାଯାଇଥାଏ । ଶ୍ରମିକଙ୍କ ସହ ଜଡିତ ସମସ୍ୟା ଗୁଡ଼ିକୁ ହଟାଯିବା ସହ ଏହା ସମାଧାନ କରାଯାଇପାରେ, ଏହି ଆଭିମୁଖ୍ୟକୁ ନେଇ ଶ୍ରମିକ ଦିବସ ଆରମ୍ଭ କରାଯାଇଥିଲା ।

ଶ୍ରମିକ ଦିବସର ଆରମ୍ଭ କଥା କହିବାକୁ ଗଲେ ଏହା ୧୮୮୬ ମସିହାରେ ଶ୍ରମିକଙ୍କ କାମର ସମୟକୁ କମ କରିବା ଲାଗି ଆନ୍ଦୋଳନ ହୋଇଥିଲା । ଏହି ସମୟରେ ଶ୍ରମିକ ପ୍ରତିଦିନ ୧୫-୧୫ ଘଣ୍ଟା କାମ କରୁଥିଲେ । ଏହା ବିରୋଧରେ ମଜୁରିଆମାନେ ଅନ୍ଦୋଳନ କରିଥିଲେ ।

ଚିକାଗୋ ମାର୍କେଟରେ ୧୮୮୬ ମସିହାରେ ଦଙ୍ଗା ହୋଇଥିଲା । ଏହାର ମୁଖ୍ୟ ପ୍ରସଙ୍ଗ ହେଉଛି ଶ୍ରମିକମାନଙ୍‌ଜ ୧୫ ଘଣ୍ଟା କାମ କରାଯାଉଥିଲା । ୧୫ ଘଣ୍ଟିଆ ସିଫ୍ଟ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଥିଲା । ଏଥିପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ମଜୁରିଆ ଅନ୍ଦୋଳନ କରିବାକୁ ଲାଗିଲେ, ସେମାନେ ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରିଥିଲେ ଏବଂ କାମର ସିଫ୍ଟକୁ ୮ ଘଣ୍ଟା କରିବାକୁ ଦାବି କରିଥିଲେ ।

ଏଥିସହ ସପ୍ତାହକୁ ଗୋଟିଏ ଦିନ ଛୁଟିର ମଧ୍ୟ ଦାବି କରିଥିଲେ । ଏହି ଆନ୍ଦୋଳନ ସମୟରେ ମଜୁରିଆ ପୋଲିସ ସହ ସଂଘର୍ଷ ମଧ୍ୟ କରିଥିଲେ । ଯେଉଁଥିରେ ଜଣେ ପୋଲିସକର୍ମୀ ଏବଂ ଅନେକ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ୧ ମେ ୧୯୮୯ରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ୧ ମେ ରେ ପ୍ରତି ବର୍ଷ ଶ୍ରମିକ ଦିବସ ରୂପେ ପାଳନ କରାଯିବ ।

ଚଳିତ ବର୍ଷ ଶ୍ରମିକ ଦିବସର ଥିମ ହେଉଛି ensuring workplace safety and health amidst climate change। ଯାହାର ଅର୍ଥ କାର୍ଯ୍ୟସ୍ଥଳରେ ପରିବର୍ତ୍ତିତ ପରିବେଶ ମଧ୍ୟରେ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ।

ଭାରତରେ ଶ୍ରମିକ ଦିବସର ଆରମ୍ଭ ୧୯୨୩ରେ ଚେନ୍ନାଇରେ ଆରମ୍ଭ ହୋଇଥିଲା । ଯାହାର ଆରମ୍ଭ ଲେଫ୍ଟ ପାର୍ଟୀ ଦ ଲେବର କୃଷକ ପାର୍ଟୀ ଅଫ ହିନ୍ଦୁସ୍ତାନ ଆରମ୍ଭ କରିଥିଲେ । ଏହାପରେ ସାରା ଦେଶରେ ଅନେକ ସଂଗଠନ ଏହାକୁ ପାଳନ କରିବା ଆରମ୍ଭ କରିଥିଲେ । ଭାରତରେ ମଧ୍ୟ ପ୍ରତି ବର୍ଷ ୧ ମେ ରେ ଶ୍ରମିକ ଦିବସ ପାଳନ କରାଯାଉଛି । ଅନେକ ରାଜ୍ୟରେ ଏହି ଦିନ ସାର୍ବଜନୀନ ଭାବେ ଛୁଟି ରହିଥାଏ।

Get real time updates directly on you device, subscribe now.