fbpx
BSKY
BJD MC SKY
BJD MS SKY

ମିମିକ୍ରୀ କଳାକାର ଶ୍ୟାମ ରଙ୍ଗୀଲା ଦେବେ ପ୍ରଧାନମନ୍ତ୍ରୀଙ୍କୁ ଟକ୍କର, ବାରଣାସୀରେ ମୋଦୀଙ୍କ ବିରୁଦ୍ଧରେ ହେବେ ପ୍ରାର୍ଥୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିମିକ୍ରୀ ଲାଗି ଚର୍ଚ୍ଚିତ ଶ୍ୟାମ ରଙ୍ଗିଲା ଉତ୍ତରପ୍ରଦେଶ ବାରଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି । ଶ୍ୟାମ ରଙ୍ଗିଲା ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାମ୍ନା କରିବେ । ସୋମବାର ସେ ଟୁଇଟ୍ କରି ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଜଣାନାହିଁ କେତେବେଳେ କିଏ ନାମାଙ୍କନ ପ୍ରତ୍ୟାହାର କରିନେବ । ତାଙ୍କର ଏହି ଟୁଇଟ୍କୁ ଲୋକମାନେ ବ୍ୟଙ୍ଗ ରୂପରେ ଦେଖୁଥିଲେ । କିନ୍ତୁ ସେ ଏକ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ଏ ବିଷୟରେ ସ୍ପଷ୍ଟୀକରଣ ରଖିଛନ୍ତି ।
ରଙ୍ଗୀଲା କହିଛନ୍ତି ସେ ଏହି ସପ୍ତାହ ଶେଷ ସୁଦ୍ଧା ବାରଣାସୀରେ ପହଞ୍ଚିବେ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ନାମାଙ୍କନ ଦାଖଲ କରିବେ ।

ମିମିକ୍ରୀ କଳାକାର ଶ୍ୟାମ ରଙ୍ଗିଲା କହିଛନ୍ତି ସେ ଏହା ଏଇଥିପାଇଁ କରୁଛନ୍ତି କି ଗଣତନ୍ତ୍ର ଜୀଇଁ ରହୁ । ଆଜିକାଲି ଏପରି ପରିସ୍ଥିତି ଘଟୁଛି କାହାକୁ ଜଣାନାହିଁ କେଉଁ ସମୟରେ କାହାର ଟିକଟ କଟିଯିବ । ଏପରି ସ୍ଥିତିରେ ସେ କିନ୍ତୁ ମଇଦାନରେ ଶେଷ ପର୍ଯ୍ୟନ୍ତ ଛିଡା ହୋଇ ରହିବେ ଆଉ ଜନତାଙ୍କୁ ଏହି ସନ୍ଦେଶ ଦେବେ କି ନିର୍ବାଚନ ହେବ ଓ ଲୋକମାନେ ତାଙ୍କ ଲାଗି ମତଦାନ ବି କରିପାରିବେ ।

୨୯ ବର୍ଷୀୟ ଶ୍ୟାମ ରଙ୍ଗିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିମିକ୍ରୀ କରି ଚର୍ଚ୍ଚାକୁ ଆସିଛନ୍ତି । ସେ କମେଡି ଶୋ’ରେ ବି ଭାଗ ନେଇ ସାରିଛନ୍ତି । ସେ କହିଛନ୍ତି କି ମୁଁ ପୁରା ହୃଦୟର ସହ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଓ ବାରଣାସୀରୁ ହିଁ ନିର୍ବାଚନ ଲଢିବି ।
ମୁଁ ଅତି କମ୍ରେ ସେଠାରେ ଏହି ମେସେଜ୍ ଦେବି କି ଏଠାରେ ମୁଁ ଗଣତନ୍ତ୍ରକୁ ବିପଦରେ ପଡିବାକୁ ଦେବି ନାହିଁ । ଏଠାରେ ଲୋକଙ୍କୁ ଭୋଟ ଦେବାକୁ ବିକଳ୍ପ ମିଳିଯିବ । ଇନ୍ଦୋର ଓ ସୁରଟରେ କଂଗ୍ରେସ ପ୍ରାର୍ଥୀ ନାମ ପ୍ରତ୍ୟାହାର କରି ନେଇଛନ୍ତି । ସୁରଟରେ ବିଜେପି ପ୍ରାର୍ଥୀଙ୍କୁ ନିର୍ବିରୋଧ ବିଜୟ ମିଳିବା ସ୍ପଷ୍ଟ ହୋଇଯାଇଛି । ସେହିପରି ଇନ୍ଦୋରରେ ବି ଏବେ କୌଣସି ମୁକାବିଲା ନାହିଁ । କେବଳ ଛୋଟ ଦଳ ଓ ନିର୍ଦ୍ଦଳୀୟ ପ୍ରତ୍ୟାଶୀ ଏବେ ମଇଦାନରେ ଅଛନ୍ତି ।

ରଙ୍ଗୀଲା କହିଛନ୍ତି ୨୦୧୬-୧୭ ପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତ ଥିଲି । କିନ୍ତୁ ମୋ ଉପରେ ବିଭିନ୍ନ ପ୍ରତିବନ୍ଧ ଲଗାଗଲା । ମୋତେ ଟିଭି ଶୋ’ ଅଫର ମିଳୁଥିଲା । କିନ୍ତୁ ଯେତେବେଳେ ମୁଁ ସେଠାରେ ପହଞ୍ଚିଥିଲି ସେତେବେଳେ ମୋ ସ୍କ୍ରିପ୍ଟ ମଞ୍ଜୁର ହୋଇ ନ ଥିଲା ଓ ମୋତେ ହଟାଇ ଦିଆଯାଇଥିଲା । ଗୋଟିଏ ପରେ ଗୋଟିଏ ଶୋ’ରେ ମୋ ସହ ଏପରି ହୋଇଥିଲା । ଏହା ଯେତେବେଳେ ବହୁବାର ହୋଇଥିଲା ସେତେବେଳେ ମୁଁ ଜାଣିଥିଲି କି କମେଡିରେ ବି ରାଜନୀତି ପଶିଯାଇଛି ।

 

Get real time updates directly on you device, subscribe now.