fbpx

ଗୌତମ ଗମ୍ଭୀର ନା ଷ୍ଟିଫେନ୍ ଫ୍ଲେମିଙ୍ଗ… M.S Dhoni ବାଛିବେ ଟିମ ଇଣ୍ଡିଆର ପରବର୍ତ୍ତୀ କୋଚ! BCCI ଦେବ ବଡ଼ ଦାୟିତ୍ୱ

Advertisement

ନୂଆଦିଲ୍ଲୀ: ଆସନ୍ତା ଟି-୨୦ ବିଶ୍ୱକପ୍ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ ଆଗକୁ ଟିମ ଇଣ୍ଡିଆର ନୂଆ କୋଚ୍ ପଦବୀ ପାଇଁ ଆବେଦନ ବିଜ୍ଞପ୍ତି ପକାଶ କରିଛି ବୋର୍ଡ । ଏହାସହିତ ବିସିସିଆଇ କିଛି ପୂର୍ବ ଖେଳାଳିଙ୍କ ସହ ସମ୍ପର୍କ କରିଥିବା ମଧ୍ୟ ଜାଣିବାକୁ ମିଳିଛି । କୋଚ୍ ପଦବୀ ପାଇଁ ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ସମେତ ଗୌତମ ଗମ୍ଭୀର, ଜଷ୍ଟନ ଲାଙ୍ଗର, ରିକି ପଣ୍ଟିଂ ଏବଂ ଚେନ୍ନାଇ ସୁପର କିଙ୍ଗସର କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ତାଲିକାରେ ସାମିଲ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କିଏ ଭାରତୀୟ ଦଳର କୋଚ୍ ହେବେ, ସେ ନେଇ ନିଷ୍ପତ୍ତି ନେବେ ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ଅଧିନାୟକ ଏମ.ଏସ ଧୋନୀ ।

ଅନେକ ଚେଷ୍ଟା ପରେ ମଧ୍ୟ ଦ୍ରାବିଡ ନିଜ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ମନା କରି ଦେଇଛନ୍ତି । ତେଣୁ ଦଳର ନୂଆ କୋଚ୍ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ତେବେ କୋଚ୍ କିଏ ହେବେ, ସେ ନେଇ ଧୋନୀ କିପରି ନିଷ୍ପତ୍ତି ନେବେ ବୋଲି ମନରେ ପ୍ରଶ୍ନ ଉଠିପାରେ । ରିପୋର୍ଟ ଅନୁସାରେ, ଟିମ ଇଣ୍ଡିଆର କୋଚ୍ ପଦବୀ ପାଇଁ ସିଏସକେ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ଭାରତର ପ୍ରଥମ ପସନ୍ଦ ରହିଛନ୍ତି । କିନ୍ତୁ ୨୦୨୭ ପର୍ଯ୍ୟନ୍ତ ଏହି ଭୂମିକାରେ ରହିବା ନେଇ ସେ ଅନେକ ସମସ୍ୟା ଦେଖାଇଛନ୍ତି । ତେବେ ଏ ନେଇ ଆଇପିଏଲ ପୂର୍ବରୁ ତାଙ୍କ ସହ ଆଲୋଚନା କରିଥିଲା ବିସିସିଆଇ । କିନ୍ତୁ ଏ ନେଇ ଫ୍ଲେମିଙ୍ଗ ଉତ୍ତର ରଖିଥିଲେ ଯେ, ବର୍ତ୍ତମାନ ସେ ଏମିତି କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ଯେଉଁଥିରେ କମ୍ ସମୟ ଦିଆଯାଇପାରିବ । ଏହାପରେ ବୋର୍ଡ ରିକି ପଣ୍ଟିଂ ଏବଂ ଗୌତମ ଗମ୍ଭୀରଙ୍କ ଭଳି ଖେଳାଳିଙ୍କୁ ଏହି ପଦବୀ ପାଇଁ ପ୍ରସ୍ତାବ ଦେଇଛି ।

କିନ୍ତୁ ଚେନ୍ନାଇ ଆଇପିଏଲରୁ ବାଦ୍ ପଡ଼ିବା ପରେ ବିସିସିଆଇ ପୁଣିଥରେ ଫ୍ଲେମିଙ୍ଗଙ୍କୁ ରାଜି କରାଇବା ପାଇଁ ପ୍ରସ୍ତୁତ ହେଉଛି । ତେଣୁ ଏହି କାମ ପାଇଁ ଚେନ୍ନାଇ ତଥା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ସାହାଯ୍ୟ ଲୋଡ଼ିଛି ବିସିସିଆଇ । ଧୋନୀ ଏବଂ ଫ୍ଲେମିଙ୍ଗ ଖୁବ ଭଲ ବନ୍ଧୁ, ତେଣୁ ମାହି ଫ୍ଲେମିଙ୍ଗଙ୍କୁ ଏହି ପଦବୀ ପାଇଁ ରାଜି କରାଇପାରନ୍ତି ବିସିସିଆଇ ବୋଲି ଆଶା ରଖିଛି । ପ୍ରଥମ ଚେନ୍ନାଇ ସୁପର କିଙ୍ଗସ ପାଇଁ ଜଣେ ଖେଳାଳି ଭାବରେ ଦଳରେ ସ୍ଥାନ ପାଇଥିବା ବେଳେ ପରେ ଦଳର କୋଚ୍ ଭୂମିକାରେ ରହିଛନ୍ତି ଷ୍ଟିଫେନ୍ ଫ୍ଲେମିଙ୍ଗ । ଏହାବ୍ୟତୀତ ଆଇପିଏଲରେ ଚେନ୍ନାଇକୁ ବ୍ୟାନ୍ ହୋଇଥିବା ବେଳେ ୨୦୧୬-୧୭ରେ ରାଇଜିଙ୍ଗ ପୁଣେ ସୁପର ଜିଆଣ୍ଟସ ପକ୍ଷରୁ କୋଚ୍ ଭାବରେ ଦାୟିତ୍ୱ ଦେଇଥିଲେ ଧୋନୀ ।

Get real time updates directly on you device, subscribe now.