fbpx

(Video) କୁକୁର କାମୁଡ଼ିବା ପରେ କୁକୁର ଭଳି ଆଚରଣ କରୁଛନ୍ତି ଜଣେ ଯୁବକ…

Advertisement

ରାୟଗଡ଼ା: (ଓଡ଼ିଶା ଭାସ୍କର) କୁକୁର କାମୁଡ଼ିବା ପରେ ଜଣେ କୁକୁର ଭଳି ହୋଇଯାଇଛନ୍ତି । ବ୍ୟବହାରରେ ହୋଇଛି ପରିର୍ତ୍ତନ । ଆଉ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । କୁକୁର କାମୁଡ଼ିବା ପରେ କୁର ଭଳି ଆଚରଣ କରୁଛନ୍ତି ଯୁବକ ଜଣକ । କୁକୁର ହୋଇଯାଇଥିବା ଯୁବକ ଜଣକ ହେୁଛନ୍ତି ରାୟଗଡ଼ା ଜିଲ୍ଲା ପିସ୍କାପଙ୍ଗା ପଞ୍ଚାୟତ ରତନଗୁଡ଼ା ଗାଁରେ ହରିପୁର ବ୍ରେଡେକା । ସୂଚନା ମୁତାବିକ ଉକ୍ତ ବ୍ୟକ୍ତିଙ୍କୁ ୩ ଦିନ ପୂର୍ବରୁ କୁକୁର କାମୁଡ଼ିଥିଲା ।

ପରେ ଘର ଲୋକେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରିବା ସହ କୁକୁର କାମୁଡ଼ା ଇଞ୍ଜେକସନ ଦେଇ ଘରକୁ ନେଇ ଆସିଥିଲେ । ହେଲେ ୩ ଦିନ ପରେ ଯୁବକ ଜଣକ କୁକୁର ଭଳି ବ୍ୟବହାର କରିଥିଲେ । ଭୁକିବା ସହ କାମୁଡ଼ିବାକୁ ଗୋଡ଼ାଇଥିଲେ । ଯାହାପରେ ତାଙ୍କୁ ତୁରନ୍ତ ଆମୁଲାନ୍ସ ଯୋଗେ ମୁନୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ ।

ତେବେ ପରିବାର ଲୋକେ ପ୍ରଥମେ ପ୍ରାକୃତିକ ପଦ୍ଧତିରେ ଚିକିତ୍ସା କରାଇବା ପାଇଁ ଆଗ୍ରହ ଦେଖାଉଥିବା ଥିବା ବେଳେ ପରେ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିବା ଜଣା ପଡିଛି । ଅନ୍ୟପଟେ ଉକ୍ତ ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଆଜିବି ରହିଛି । ଅଧିକାଂଶ ସମୟରେ ଅଞ୍ଚଳରେ ସାପ କାମୁଡା ହେଉ କି କୁକୁର କାମୁଡା ପରେ ଚେରମୁଳି ଓ ଗୁଣି ଗାରେଡିକୁ ଅଧିକ ଗୁରୁତ୍ୱ ସହ ବିଶ୍ବାସ କରି ଅଧିକାଂଶ ସମୟରେ ଜୀବନକୁ ବାଜି ଲଗାଉଥିବା ନଜରକୁ ଆସୁଛି ।

Get real time updates directly on you device, subscribe now.