fbpx

ଓଡ଼ିଶାରେ ବିଜେପିର ନିର୍ବାଚନୀ ପ୍ରସ୍ତୁତି: ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଦେଶରେ ଲୋକସଭା ନିର୍ବାଚନ ସହ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଗତ ୨୦୧୯ରେ ବିଜେପ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରୁ ଅଧିକ ସିଟ୍ ନେଇଥିବାରୁ ଏଥର ମଧ୍ୟ ଦଳ ପୂର୍ବ ଫର୍ମୂଲା ଆପଣାଇପାରେ । ଏହି କ୍ରମରେ ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଥର ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ମୋଦୀ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବେ ।

ତେବେ ନିର୍ବାଚନ ପୂର୍ବରୁ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ କରିଛି । ଗତ ୨୭ ତାରିଖରେ ଦଳ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ପ୍ରଭାରୀ ଓ ସହ-ପ୍ରକାରୀଙ୍କୁ ନିଯୁକ୍ତି ଦେଇଥିଲା । ତେବେ ଏହା ମଧ୍ୟରେ ଦଳ ଓଡ଼ିଶା ସଂଗଠନରେ କିଛି ନୂଆ ନେତାଙ୍କୁ ଦାୟିତ୍ୱ ଦେଇଛି । ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଏହି ତାଲିକା ଘୋଷଣା କରାଯାଇଛି ।

ସଜ୍ଜନ ଶର୍ମା, ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ବଳଭଦ୍ର ମାଝୀ, ନବଚରଣ ମାଝୀ (ବିଧାୟକ), ଡ. ମୁକେଶ ମହାଲିଙ୍ଗ (ବିଧାୟକ), ରମାରଞ୍ଜନ ବଳିୟାରସିଂହ, ପ୍ରଦୀପ ପୁରୋହିତ, ସତ୍ୟବ୍ରତ ପଣ୍ଡା, ଦିଲୀପ ମହାନ୍ତି, ଉର୍ମିଳା ମହାପାତ୍ରଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସ୍ୱାଧୀନ ଶତପଥୀ, ଲକ୍ଷ୍ମଣ ପଣ୍ଡା, କବି ବିଷ୍ଣୁ ଶତପଥୀ, ପ୍ରକାଶ ରଥ, ହିତେଶ ମହାପାତ୍ର, ପତଞ୍ଜଳୀ କରଶର୍ମାଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସୁଜିତ କୁମାର ଦାସଙ୍କୁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.