fbpx
BSKY
BJD SHG SKY
BJD MC SKY

ସଂସଦୀୟ କ୍ଷେତ୍ରକୁ ରାଜ୍ୟ ବିଜେପିର ଫୋକସ: ପ୍ରଭାରୀ ସାଙ୍ଗକୁ ସଂଯୋଜକଙ୍କ ନାମ ଘୋଷଣା

ଓଡ଼ିଶା ଭାସ୍କର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଟା ମାସ ବାକିଥିବା ବେଳେ ରାଜ୍ୟରେ ଏବେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶାସକ ବିଜେଡି ସମସ୍ତ ସଂସଦ ଓ ବିଧାନସଭା କ୍ଷେତ୍ର ପାଇଁ ପର୍ୟ୍ୟବେକ୍ଷକ ନିଯୁକ୍ତ କରିଥିବା ବେଳେ ଏବେ ଘରେ ଘରେ ଶଙ୍ଖ କାର୍ୟ୍ୟକ୍ରମ ଜାରି ରଖିଛି। ସେହିପରି ରାଜ୍ୟରେ ୩ ନମ୍ବର ଦଳ ଥିବା କଂଗ୍ରେସ ନିଜର ସ୍ଥିତି ବଞ୍ଚାଇବା ପାଇଁ ନୂଆ ପ୍ରୟାସ ଆରମ୍ଭ କରିଛି। ନୂଆ ପ୍ରଭାରୀ ନିଯୁକ୍ତ ସାଙ୍ଗକୁ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀଙ୍କ ଭଳି ଶୀର୍ଷ ନେତାଙ୍କୁ ରାଜ୍ୟ ଗସ୍ତ କରାଇ ଦଳୀୟ କର୍ମୀଙ୍କ ଜୋସ ବଢ଼ାଇଛି।

ଅନ୍ୟପଟେ ବିଜେପି ଗାଁ’କୁ ଚାଲ ଅଭିଯାନ ମାଧ୍ୟମରେ ଭୋଟର୍ସଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛି । ଏହା ସହ ବିଶେଷ ଭାବେ ସମସ୍ତ ସଂସଦୀୟ କ୍ଷେତ୍ରକୁ ଫୋକସ କରିଛି ଦଳ। ଏଥିପାଇଁ ସମସ୍ତ ସଂସଦ କ୍ଷେତ୍ର ପାଇଁ ନୂଆ ପ୍ରଭାରୀ ଓ ସଂଯୋଜକ ନିଯୁକ୍ତ କରାଯାଇଛି। ଏନେଇ ଗତକାଲି ରାଜ୍ୟ ବିଜେପି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ମୋଟ ୨୧ଟି ସଂସଦ କ୍ଷେତ୍ର ପାଇଁ ୨୧ ଜଣ ପ୍ରଭାରୀ ଓ ୨୧ଜଣ ସଂଯୋଜକଙ୍କ ନାମ ଘୋଷଣା କରାଯାଇଥିବା ଦେଖିବାକୁ ମିଳିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବରଗଡ଼ ଲୋକସଭା ପାଇଁ ସବିତା ନନ୍ଦଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ସୁରେଶ୍ଵର ଶତପଥୀଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ସୁନ୍ଦରଗଡ଼ ପାଇଁ ଦୀନେଶ ଜୈନଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ବଟକିଶୋର ମିଶ୍ରଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି। ନଜର ପକାନ୍ତୁ, ଆଉ କେଉଁ ଲୋକସଭା ପାଇଁ କାହାକୁ କି ଦାୟିତ୍ୱ ମିଳିଛି।

Get real time updates directly on you device, subscribe now.