fbpx
BJD SKY
BJD SKY

ସେଓ ଖାଇବା ସମୟରେ କରନ୍ତୁନି ଏହିସବୁ ଭୁଲ୍‌, ଲାଭ ବଦଳରେ ବିଗିଡିଯିବ ସ୍ୱାସ୍ଥ୍ୟ

BJD

ଓଡ଼ିଶା ଭାସ୍କର: ଫଳ ଭିତରେ ଆପଣ ସେଓ ସବୁଦିନ ନିଶ୍ଚୟ ଖାଉଥିବେ । ସ୍ୱାସ୍ଥ୍ୟ ଲାଗି ସେଓ ବହୁତ ଲାଭଦାୟକ । ଏଥିରେ ଢେର ପୋଷକତତ୍ତ୍ୱ ରହିଛି ଯେପରିକି ଡାଏଟରୀ ଫାଇବର, ଫସଫରସ୍‌, ମାଗ୍ନେସିୟମ, ପୋଟାସିୟମ, ଭିଟାମିନ୍ ସି’, ବି୬,ଇ, କେ, ପ୍ରୋଟିନ୍‌, କାର୍ବସ୍‌, ଆଣ୍ଟିଅକ୍ସିଡାଣ୍ଟ ଆଦି ଭରପୁର ରହିଛି । କିନ୍ତୁ ଏହା ଏସିଡିକ୍ ବି ହୋଇଥାଏ । ଏଥିରେ ୩.୫ ପି.ଏଚ୍ ଲେବଲ ରହିଛି ଯାହା ଲେମ୍ବୁ ଓ ଅନ୍ୟ ଖଟା ଫଳ ଠାରୁ ସାମାନ୍ୟ କମ୍ ଏସିଡିକ୍ । କିନ୍ତୁ ଏହା କଦଳୀ, ଅଙ୍ଗୁର ଠାରୁ ଅଧିକ ଏସିଡିକ୍ ହୋଇଥାଏ । ତେଣୁ ଏହାକୁ କେତେବେଳେ ବି ଖାଇବା ଓ କିଛି ବିଶେଷ ଖାଦ୍ୟ ସହ ଖାଇବାରୁ ନିବୃତ୍ତ ରୁହନ୍ତୁ ।

୧-ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଛି ତେବେ ଆପଣ ଖାଲି ପେଟରେ କେବେ ବି ସେଓ ଖାଆନ୍ତୁ ନାହିଁ । ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ହିଁ ଆପଣ ସେଓ ଖାଆନ୍ତୁ ।
୨-ସେଓକୁ କ୍ଷୀର, ଦହି, ଛେନା, ଲହୁଣୀ ସହିତ ମିକ୍ସ କରି ଖାଆନ୍ତୁ ନାହିଁ । ଏହାର କାରଣ ସେଓରେ ଥିବା ସାଇଟ୍ରିକ ଫ୍ରୁଟ୍ ଏସିଡ୍ କ୍ଷୀରରେ ଥିବା ଲାକ୍ଟିକ୍ ଏସିଡ୍ ସହ ମିଶି ପ୍ରତିକ୍ରିୟା କରିଥାଏ । ଫଳରେ ଖାଦ୍ୟ ସହଜରେ ହଜମ ହୁଏ ନାହିଁ । ସେହିପରି ସେଓରେ ପ୍ରସ୍ତୁତ ମିଲ୍କସେକ୍ ମଧ୍ୟ ଆପଣଙ୍କ ଅନ୍ତଃନଳୀର ଉପରି ଭାଗକୁ କ୍ଷତି ପହଞ୍ଚାଇଥାଏ । ଏହାଦ୍ୱାରା ଆପଣ ଏକଜିମା, ସୋରିଆସିସ୍ ଆଦି ତ୍ୱଚା ଜନିତ ରୋଗର ଶିକାର ହୋଇପାରନ୍ତି ।
୩-ସେଓ, ନାସପାତିି, କଦଳୀ ଆଦିରେ ପଲିଫେନାଲ ଅକ୍ସିଡେଜ ନାମକ ଏନଜାଇମ ରହିଥାଏ । ଯେତେବେଳେ ଆପଣ ଏହି ଫଳକୁ କାଟିଥାନ୍ତି ସେତେବେଳେ ଏହି ଏନଜାଇମ୍ ବାୟୁରେ ଥିବା ଅକ୍ସିଜେନ୍ ଓ ଫଳରେ ଥିବା ଆଇରନଯୁକ୍ତ ଫିନୋଲ ସହ ପ୍ରତିକ୍ରିୟା କରିଥାଏ । ଫଳରେ ସେଓ ଉପରେ ରଷ୍ଟ ବା ଜଙ୍କ ଦେଖାଦିଏ । ଏହା ଫଳରେ ଥିବା କୋଷିକାକୁ କ୍ଷତି ପହଞ୍ଚାଇଥାନ୍ତି । ତେଣୁ ଫଳକୁ କାଟି ରଖି ଖାଇବା ଉଚିତ ନୁହେଁ ।

ସେହିପରି ସେଓକୁ ଆପଣ ସର୍ବଦା ଚୋପା ଛଡାଇ ଖାଆନ୍ତୁ । କାରଣ ଏଥିରେ ଫ୍ରୁଟ୍ ୱାକ୍ସ, ପେଷ୍ଟିସାଇଡସ୍ ଓ କେମିକାଲ ରହିଥାଏ । ଆପଣ ଯଦି କୋଷ୍ଠକାଠିନ୍ୟ ରୋଗର ଶିକାର ହୋଇଛନ୍ତି ତେବେ ସେଓ ଖାଆନ୍ତୁ ନାହିଁ । କାରଣ ଏହାର କଷା ଗୁଣ ପାଚନତନ୍ତ୍ର ଓ କୋଲୋନକୁ ଆହୁରି ଡ୍ରାଏ କରିଦେବ । ଫଳରେ ଆପଣଙ୍କ କୋଷ୍ଠକାଠିନ୍ୟ ସମସ୍ୟା ଆହୁରି ବଢିଯିବ ।

Get real time updates directly on you device, subscribe now.