fbpx

କୃଷକ ନୁହେଁ, ବିଲରେ ଚାଷ କରିବେ ରୋବୋଟ! ଆଗାମୀ ଭବିଷ୍ୟତ ପାଇଁ ସାହାଯ୍ୟରେ ହେବ ଫସଲ

ନୂଆଦିଲ୍ଲୀ: ଗତ କିଛି ଦିନରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ ଉପରେ ଖୁବ ଆଲୋଚନା ହେବାରେ ଲାଗିଛି । ଏହାସହିତ ଦ୍ରୁତ ଭତିରେ ବଢିବାରେ ଲାଗିଛି ଏମାନଙ୍କ ଚାହିଦା । ଯେକୌଣସି କାର୍ଯ୍ୟକୁ ମଣିଷ ଭଳି କରିବା ପାଇଁ ସକ୍ଷମ ହେଉଥିବା ଭଳି ରୋବୋଟ ପ୍ରସ୍ତୁତ କରାଯାଉଛି । ନିକଟରେ ଏଭଳି ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏକ ରୋବୋଟ ବିଲରେ କାମ କରୁଥିବାର ଦେଖାଯାଇଛି । ଏହି ଭିଡିଓରୁ ଜଣାଯାଉଛି ଯେ, ଆଗାମୀ ଭବିଷ୍ୟତରେ କୃଷି ଏବଂ ଫସଲ କାର୍ଯ୍ୟ ଖୁବ ସହଜ ହୋଇପାରିବ । ସେପଟେ ଏହି ଭିଡିଓ କୃଷକମାନଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ଏହି ଆଶା ଓ ଆଶଙ୍କାକୁ ନେଇ ଇଣ୍ଟରନେଟରେ ଏବେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ କରାଯାଇଥିଲା । ଏହି ଭିଡିଓରେ ଏକ ରୋବୋଟ ଦ୍ରୁତ ଗତିରେ ଫସଲ କାଟୁଥିବାର ନଜର ଆସିଛି । ଏହି ଫସଲ କାଟିବା ସହିତ ଏଗୁଡ଼ିକର ବଣ୍ଡଲ ତିଆରି କରି ପାକର ରଖୁଥିବାର ଭିଡିଓ ଭାଇରାଲ ହେଉଛି । ଫସଲ କାଟିବାରେ ରୋବୋଟର ସ୍ପିଡ ଏବଂ ଷ୍ଟାଇଲକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓକୁ ପ୍ରାୟ ୯୪ ମିଲିୟନରୁ ଅଧିକ ଥର ଦେଖାଯାଇଛି । ଏହି ଭିଡିଓକୁ ପ୍ରାୟ ୨ ମିଲିୟନରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି । କିଛି ଲୋକ ଏହି ଟେକନିକକୁ ଖୁବଶୀଘ୍ର କୃଷିକାର୍ଯ୍ୟରେ ପ୍ରୟୋଗ କରିବା ପାଇଁ କହିଛନ୍ତି । ସେପଟେ ରୋବୋଟ ଏସବୁ କାର୍ଯ୍ୟ କଲେ କୃଷକମାନଙ୍କ ଅବସ୍ଥା କ’ଣ ହେବ, ସେ ନେଇ ମଧ୍ୟ ଆଲୋଚନା ହେବାରେ ଲାଗିଛି ।

Get real time updates directly on you device, subscribe now.